ଓଏସଆରଟିସି ଜୟପୁର ୟୁନିଟ୍ ସାମୟିକ ବନ୍ଦ ପ୍ରସଙ୍ଗ : ୫ ବର୍ଷର ହିସାବ ଯାଞ୍ଚ କଲେ ସ୍ବତନ୍ତ୍ର ଅଡିଟ୍ ଟିମ୍

ଜୟପୁର :  ଅନିୟମିତତା ଜଣାପଡ଼ିବା ପରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଜୟପୁର ୟୁନିଟ୍ ଗତ ୨୨ଦିନ ହେବ ସାମୟିକ ଭାବେ ବନ୍ଦ ରହିଛି । ନିଗମର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶରେ ଗତ ୧୯ତାରିଖ ଦିନ ଓଏସଆରଟିସିର ଏଫଏଓ  ଓ ସିଏଓ ଡ. କ୍ଷେତ୍ରବାସୀ ମାନସେଠ୍ ଅନ୍ୟ ତିନି ଅଧିକାରୀଙ୍କୁ ନେଇ ପୁଣି ଥରେ ଯାଞ୍ଚ ପାଇଁ  ପହଞ୍ଚିଥିଲେ । ଲଗାତାର ଭାବେ ଗତ ତିନି ଦିନ ଧରି ଜୟପୁର ଜୋନର ଯାଞ୍ଚ କରାଯାଇଥିଲା ।

ଆଜି କାଗଜପତ୍ର  ଯାଞ୍ଚ କାମ ସରିବା ପରେ ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଟିମ୍ ଡ.ମାଶନସେଠ୍ ଓ ଅନ୍ୟ ମାନେ  ଡିଟିଏମ୍ କାର୍ୟ୍ୟାଳୟ ସମ୍ମୁଖ ଏବଂ ଗ୍ୟାରେଜ ପାର୍ଶ୍ବରେ ନିର୍ମାଣାଧୀନ ଥିବା ନୂଆ ବସଷ୍ଟାଣ୍ଡର ସବୁ ଅଂଚଳ, ରୁମ, ବ୍ୟାଙ୍କ, ହୋଟେଲ, ଡୋର୍ମେଟରୀ, ଏଟିଏମ୍ କାଉଣ୍ଟର, ଟିକେଟ ବୁକିଂ ସେଣ୍ଟର, ଡ୍ରାଇଭର , କଣ୍ଡକ୍ଟରଙ୍କ ବିଶ୍ରାମ ଘର, ଅଧିକାରୀଙ୍କ ରହିବା ରୁମ, କାର୍ୟ୍ୟାଳୟ, ଘରୋଇ ବସର ବୁକିଂ କାଉଣ୍ଟର ଆଦିର ତନ୍ନ ତନ୍ନ କରି ଯାଞ୍ଚ କରି ଦେଖିଥିଲେ । ପୁଲିସ ହାଉସିଂ ବୋର୍ଡର କନିଷ୍ଠ ଯନ୍ତ୍ରୀ ସବୁ ବୁଲାଇ ଦେଖାଇଥିଲେ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ନିର୍ମାଣାଧୀନ କୋଠାକୁ ହସ୍ତାନ୍ତର କରାଯିବ ବୋଲି କନିଷ୍ଠଯନ୍ତ୍ରୀ ଡ.ମାନସେଠଙ୍କୁ ଜଣାଇଥିଲେ।

୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ଆରମ୍ଭ କରି, ୨୦୧୫-୧୬ ୨୦୧୬-୨୦୧୭,୨୦୧୭-୨୦୧୮,୨୦୧୮-୨୦୧୯ , ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ବର୍ଷର ସବୁ ଯାଞ୍ଚ ସରିଥିବା କହିଛନ୍ତି ଡ.ମାନସେଠ । ୨୦୧୯-୨୦ ଆର୍ଥିକ ବର୍ଷର  ପ୍ରବାସୀ ଶ୍ରମିକଙ୍କୁ ନେଇ ଡିଜେଲ୍ ବାବଦରେ ଅଧିକ ଖର୍ଚ୍ଚ ହୋଇଥିବା ୧୦ଲକ୍ଷ ୮୦ହଜାର ଟଙ୍କା  ପର୍ୟ୍ୟନ୍ତ ଯାଞ୍ଚ ଶେଷ ହୋଇଥିବା କହିଛନ୍ତି ଡ.ମାନସେଠ । ତେବେ  ୨୦୧୯-୨୦ଆର୍ଥିକ ବର୍ଷର ସବୁ ଯାଞ୍ଚ ସରି ନାହିଁ । ଦଶହରା ଥିବାରୁ କର୍ମଚାରୀ ନଥିବାରୁ ଅଧାରୁ ଯାଞ୍ଚ ସରିଛି ବୋଲି କହିଛନ୍ତି ଡ.ମାନସେଠ । କଣ କଣ ଅନିମିୟତତା ହୋଇଛି ବୋଲି ପଚାରିବାରେ ଗତ ୫ବର୍ଷର କାଗଜପତ୍ର ଭୁବନେଶ୍ବର ନିଆଯାଉଛି। ସେଠାରେ  ଏସବରୁ ବିଶ୍ଲେଷଣ ପରେ ହିଁ କଣ କଣ ହେରଫେର ହୋଇଛି ନା ନାହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡ.ମାନସେଠ। ଜୟପୁର ୟୁନିଟ୍ କେବେ ଖୋଲିବ ବୋଲି ପଚାରିବାରେ କିଛି ଚାଳକ ଯଦିଓ ଅଧିକା ତେଲର ଟଙ୍କା ପୈଠ କରିଥିଲେ ହେଁ ପରିଚାଳନା ନିର୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ହିଁ ଖୋଲିବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର