କୋରାପୁଟ: କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି। ଏହି ମାମଲାରେ ୨ ଜଣ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ବାରିଗୁମା ବାଇପାସ ରୋଡରେ ବଜ୍ରକାପ୍ତା ପାଇଁ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ବନବିଭାଗ ସହାୟତାରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ମାଧବ ପରଜା ଓ ଜଗବନ୍ଧୁ ପରଜା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଏକ ବର୍ଷ ଭିତରେ ଏସଟିଏଫ୍ ୨୫ଟି ବାଘଛାଲ,୧୫ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା, ୧୧ଟି ଜୀବନ୍ତ ବଜ୍ରକାପ୍ତା,୧୬ କେଜି ବଜ୍ରକାପ୍ତା କାତି ଓ ୫୭ ଜଣଙ୍କୁ ଗିରଫ କରିଛି।
ଡିଲ୍ ଚାଲିଥିବା ବେଳେ ଦୁଇଜଣଙ୍କୁ ମାଡ଼ିବସିଲା ଏସଟିଏଫ୍: ଜୀବନ୍ତ ବଜ୍ରକାପ୍ତା ଜବତ
/sambad/media/post_attachments/wp-content/uploads/2022/01/baj.jpg)