ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୈପାରିଗୁଡା : ଆଜି ବୈପାରିଗୁଡା ବନବିଭାଗ ଦ୍ୱାରା ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଲମତାପୁଟ ଥାନା ଅନ୍ତର୍ଗତ ଦାମାପୁଟର ଇଶ୍ଵର ହନ୍ତାଳ ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା ଧରି ଆସୁଥିବା ବେଳେ ବୈପାରିଗୁଡା ରେଞ୍ଜ ଅନ୍ତର୍ଗତ ମାଙ୍କିଡି ଠାରେ ବନବିଭାଗ ତାଙ୍କୁ ଅଟକାକଇଥିଲା। ଇଶ୍ଵର ହନ୍ତାଳ ଚୋରାରେ ବଜ୍ରକାପ୍ତା ଚାଲାଣ କରୁଥିବା ନେଇ ବୈପାରିଗୁଡା ବନବିଭାଗ ପାଖରେ ଖବର ଥିବାରୁ ରେଞ୍ଜ ଅଫିସର ଦିବ୍ୟା ମାଧୁରୀ ସେଠୀଙ୍କ ନେତୃତ୍ବରେ ଏକ ଟିମ ତାଙ୍କୁ ଅଟକାଇ ଯାଂଚ କରିଥିଲା। ପରେ ତାଙ୍କ ପାଖରେ ବଜ୍ରକାପ୍ତା ଥିବା ଜଣାପଡିଥିଲା। ବନବିଭାଗ ପକ୍ଷରୁ ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏହାର ଓଜନ ସାଢେ ଚାରି କିଲୋ ହୋଇଥିବା ବେଳେ ୨୯ ଇଞ୍ଚ୍ ଏବଂ ପାଞ୍ଚ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଈଶ୍ଵର ହନ୍ତାଳକୁ ଗିରଫ କରାଯାଇଛି। ସେ ଏହି ବଜ୍ରକାପ୍ତାଟିକୁ ଛତିଶଗଡ଼ ଅଞ୍ଚଳର ଜଗଦଲପୁର କିଛି ଚୋରା ବେପାରୀଙ୍କୁ ଦେବା ପାଇଁ ନେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର