କୋରାପୁଟରେ ପାସ୍‌ ହାର ୯୭.୬୭ ପ୍ରତିଶତ

କୋରାପୁଟ: ପରୀକ୍ଷା ନ ହୋଇ ବିକଳ୍ପ ବ୍ୟବସ୍ଥା କରାଯାଇ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବହୁ ପ୍ରତିକ୍ଷା ପ‌ରେ ଆଜି ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲା ଚଳିତବର୍ଷ ମଧ୍ୟ ଆଶାଠାରୁ ବହୁ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଜିଲ୍ଲାରେ ଚଳିତବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖି ସମ୍ମାନଜନକ ଏ-୧ଗ୍ରେଡ ପାଇଛନ୍ତି।

ଜିଲ୍ଲାରୁ ମୋଟ ୧୬,୭୫୨ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୮୭୨୭ ଜଣ ଛାତ୍ର ଓ ୮୦୨୫ ଜଣ ଛାତ୍ରୀ ରହିଛନ୍ତି। ରାଜ୍ୟରେ ପାସ୍‌ ହାର ୯୭.୬୭ ରହିଥିଲାବେଳେ କୋରାପୁଟର ପରୀକ୍ଷା ଫଳ ଗତବର୍ଷ ତୁଳନାରେ ଭଲ ହୋଇଛି। ଚଳିତବର୍ଷ ପରୀକ୍ଷା ହୋଇ ନ ଥିବାବେଳେ ସ୍ବତନ୍ତ୍ର ବ୍ୟବସ୍ଥାରେ ମୂଲ୍ୟାୟନ ହୋଇଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ ୨୯୫୯ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲଫ କରିଥିବାବେଳେ ୨୬୯୩ଜଣ ପାସ ହୋଇଛନ୍ତି। ଡିରେ ୧୫, ଇରେ ୨୬୭୫, ଏଫରେ ୨୦୦ ଜଣ ରହିଥିବାବେଳେ କମ୍ପାର୍ଟମେଣ୍ଟରେ ଜଣେ ରହିଛନ୍ତି। ଜିଲ୍ଲାରେ ୬୬ଜଣ ଅନୁପସ୍ଥିତ ରହିଥିବାବେଳେ ୧୬୨୯ଜଣ ପୁଅ, ୧୦୬୪ ଜଣ ଝିଅ ପରୀକ୍ଷା ଦେଇଥିଲେ। ପାସ ହାର ୯୧.୦୧ ରହିଛି। ଜିଲ୍ଲାରେ ସିସି ଏକ୍ସରେଗୁଲାରରେ ୧୭ଜଣ ଫର୍ମ ଫିଲପ କରିଥିଲେ। ସେଥିରେ ୧୬ଜଣ ପରୀକ୍ଷା ଦେଇଥିଲା ବେଳେ ସବୁ ଇ ଗ୍ରେଡ ରଖି ପାସ କରିଛନ୍ତି।

ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଚଳିତବର୍ଷ ଜିଲ୍ଲାର ୨୭୧ଟି ଉଚ୍ଚ ବିଦ୍ୟାଳୟର ୧୭,୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ତେବେ ୧୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା  ଦେଇ ନ ଥିଲେ। ଏହି ସଫଳ ଛାତ୍ରଛାତ୍ରୀଙ୍କ ଭିତରୁ ଏ-୧ରେ ୧୮ଜଣ, ଏ-୨ରେ ୧୫୭ ଜଣ, ବି-୧ରେ ୬୪୮ଜଣ, ବି-୨ରେ  ୨୦୪୫, ସି ରେ ୪୨୩୮, ଡିରେ ୫୩୪୩ ଓ ଇ ଗ୍ରେଡ୍‌ରେ ୪୩୦୩ ଜଣ ପାସ୍‌ କରିଛନ୍ତି।

୨୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇ ଯାଇଛନ୍ତି। ଜୟପୁର ଶାରଦାବିହାର ଶିଶୁବିଦ୍ୟାମନ୍ଦିରରୁ ୧୦ଜଣ ଏ-୧, କୋରାପୁଟ ଶିଶୁବିଦ୍ୟାମନ୍ଦିରରୁ ୨ଜଣ ଏ-୧, ସେମିଳିଗୁଡାରୁ ୨ ଜଣ ଏ-୧, ସୁନାବେଢାରୁ ଜଣେ ଓ ଦାମନଯୋଡିରୁ ଜଣେ ଏ-୧ ଗ୍ରେଡ ପାଇଛନ୍ତି। ଜିଲ୍ଲାରେ ଗତବର୍ଷ ୧୨,୬୦୭ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲାବେଳେ ସେଥିରୁ ୭୧.୭୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର