ଜୟପୁର : ଅବିଭକ୍ତ କୋରାପୁଟ ଜିଲାର ଜୟପୁର ସହର ଏକ ପୁରାତନ ଏବଂ ବାଣିଜ୍ୟ କେନ୍ଦ୍ର। ଏଠାକାର ରେଳଷ୍ଟେସନ ବହୁ ପୁରାତନ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବାରେ ରେଳବାଇ କର୍ତ୍ତୃପକ୍ଷ ବିଫଳ। ଯେଉଁଥି ପାଇଁ ପ୍ରତିଦିନ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେବା ଘଟଣା ଦେହସୁହା ହୋଇଯାଇଛି। ବର୍ତ୍ତମାନ ଜୟପୁର ରେଳଷ୍ଟେସନରେ ୨ନଂ ପ୍ଲାଟପର୍ମରୁ ସବୁ ଟ୍ରେନ ଛାଡୁଥିବାରୁ ରୋଗୀ,ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସମସ୍ୟା ଦେଖାଯାଉଛି। ସମସ୍ତଙ୍କୁ ଓଭର ବ୍ରିଜ ଦେଇ ଯିବାକୁ ପଡୁଛି। ଜୟପୁରରେ ରେଳଷ୍ଟେସନରେ ଭିନ୍ନକ୍ଷମ କିମ୍ବା ଚାଲିବା ପାଇଁ ଅକ୍ଷମ ଯାତ୍ରୀମାନଙ୍କ ପାଇଁ ଟ୍ରାଇ ସାଇକେଲ କିମ୍ବା ରୋଗୀମାନଙ୍କ ପାଇଁ ଷ୍ଟ୍ରେଚର ନାହିଁ। ଦୁଇ ନମ୍ବର ପ୍ଲାଟ ଫରମ ଉପରେ ଛାତ ନଥିବାରୁ ବର୍ଷା ହେଲେ ଯାତ୍ରୀମାନେ ପାଣିରେ ଓଦା ହୋଇ ଟ୍ରେନ ଚଢ଼ିବାକୁ ପଡେ। ଜୟପୁର ରେଳ ଷ୍ଟେସନରୁ ଟ୍ରେନ ଧରିବା ଯାତ୍ରା କରିବା ଏକ ପ୍ରକାର ନରକ ଯାତନା ସହ ଅଭିଶାପ ପାଲଟିଛି ବୋଲି ଯାତ୍ରୀ ଓ ତାଙ୍କ ପରିବାର ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
/sambad/media/post_attachments/wp-content/uploads/2022/09/aaa5144b-1969-4835-b0db-563ce5f34152.jpg)
ସୂଚନାଯୋଗ୍ୟ, ନୂଆକରି ୨ନଂ ପ୍ଲାଟପର୍ମ ନିର୍ମାଣ କରାଯାଇଛି। ଏଥିରେ ସେଡ୍ ବ୍ୟବସ୍ଥା ନାହିଁ। ୧ନଂ ପ୍ଲାଟପର୍ମରୁ ୨ନଂ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ ଓଭର ବ୍ରିଜ୍ କରାଯାଇଛି। ତେବେ ଏହି ଫୁଟ ଓଭରବ୍ରିଜରେ ରେଳବିଭାଗ ରୋଗୀ, ବୃଦ୍ଧ, ବୟସ୍କ ଓ ଭିନ୍ନକ୍ଷମ ମାନଙ୍କୁ ନଜରରେ ରଖି ରେମ୍ପ ନିର୍ମାଣ କରିବା, ଟ୍ରାଇସାଇକେଲ କିମ୍ବା ବ୍ୟାଟେରୀଚାଳିତ ଗାଡ଼ି, ଷ୍ଟ୍ରେଚର ଆଦି ଜରୁରୀ ବ୍ୟବସ୍ଥା କିଛି କରିନାହିଁ। ଓଭରବ୍ରିଜରେ ରେମ୍ପ ନଥିବାରୁ ପ୍ଲାଟପର୍ମ ନଂ ୨କୁ ଯିବା ପାଇଁ ଏହି ସ୍ଥିତିରେ ବହୁ କଷ୍ଟରେ ପରିବାର ଲୋକଙ୍କ ସହାୟତାରେ ବୃଦ୍ଧା, ରୋଗୀ ଏବଂ ଭିନ୍ନକ୍ଷମ ବହୁ କଷ୍ଠରେ ଓଭର ବ୍ରିଜ୍ ଚଢ଼ିବା ଏବଂ ଓହ୍ଲାଇ ଯାଉଥିବା ଦେଖାଯାଉଛି। ଜୟପୁର ରେଳଷ୍ଟେସନର ଏଭଳି ଅବସ୍ଥା ଯୋଗୁ ଅନେକ ଯାତ୍ରୀ ଜୟପୁର ଅପେକ୍ଷା ୨୦ କିମି ଦୂର କୋରାପୁଟ ରେଳଷ୍ଟେସନକୁ ଯାଇ ଟ୍ରେନ ଧରିବା ନିରାପଦ ମଣୁଛନ୍ତି। ଏଥିପାଇଁ ଅଯଥାରେ ଯାତ୍ରୀମାନଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
ଉଲେଖଯୋଗ୍ୟ ପ୍ରତିଦିନ ଜୟପୁର ରେଳଷ୍ଟେସନ ଦେଇ ହୀରାଖଣ୍ଡ ଏକ୍ସପ୍ରେସ, ସମଲେଶ୍ବରୀ, ରାଉରକେଲା, କିରଣ୍ଡଲ ଓ ବିଶାଖାପାଟଣା ଇତ୍ୟାଦି ଟ୍ରେନ ଯାତ୍ରାୟତ କରୁଥିବା ବେଳେ ପ୍ରାୟ ତିନି ହଜାରରୁ ଅଧିକା ଯାତ୍ରୀ ଯାତ୍ରା କରିଥାନ୍ତି। ଟ୍ରେନଗୁଡିକ ୨ନଂ ପ୍ଲାଟପର୍ମ ପରିବର୍ତ୍ତେ ୧ ନମ୍ବର ପ୍ଲାଟ ଫର୍ମରୁ ଟ୍ରେନ ଚଳାଚଳ କରିଥିଲେ ଲୋକଙ୍କ ଅଧା ସମସ୍ୟା କମିଯାଇଥାନ୍ତା। ଏହି ସଂପର୍କରେ ଜୟପୁର ରେଳଷ୍ଟେସନ ପରିଚାଳକ ଜହନ କୁଜୁର କହିଛନ୍ତି ଯେ ଇଷ୍ଟକୋଷ୍ଟ ରେଳବିଭାଗର ବିଶାଖାପାଟଣାର ଡିଆରଏମ ଓ ଭୁବନେଶ୍ବର ଡିଭିଜନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମସ୍ୟା ଉପରେ ଅବଗତ କରିଛନ୍ତି । ଏହା ଉପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ହସ୍ତକ୍ଷେପ କରି ରେଳବାଇ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହେଉଛି। ଜୟପୁର ରେଳ ଷ୍ଟେସନ ରୋଗୀ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଯାତ୍ରା ଅଭିଶାପ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/e187a02a-8ad1-42c5-9ce3-eaff9194add9.jpg)