ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟିଙ୍ଗା ଗ୍ରାମପଞ୍ଚାୟତରେ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସରପଞ୍ଚ ନିରୁପମା ୱାଡେକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁୱାଇ କୁଲେସିକା ଯୋଗଦେଇ ଉପସ୍ଥିତ ହିତାଧିକାରୀ ମାନଙ୍କୁ ପିଠା ଯୋଜନା ମାଧ୍ୟମରେ ଆସିଥିବା ଏଲଇଡି ବଲବ୍‌, ସାର୍ଟିଫିକେଟ୍‌ ଇତ୍ୟାଦି ପ୍ରଦାନ କରିଥିଲୋ ଗ୍ରାମପଞ୍ଚାୟତର ଅନେକ ଗାଁରୁ ଶତାଧିକ ଜନତା ଉପସ୍ଥିତ ହୋଇ ଦୀର୍ଘ ସମୟଧରି ଯୋଜନା ସଂର୍କରେ ଅବଗତ ହୋଇଥିବା ବେଳେ ମହିଳା ସ୍ୱୟସହାୟକ ଗୋଷ୍ଠିର ସଦସ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୩୦ ପ୍ରକାରର ପିଠା ପ୍ରର୍ଦଶନ କରାଯାଇଥିଲାା କାର୍ଯ୍ୟକ୍ରମ ଶେଷରେ ଉକ୍ତ ପିଠା ଗୁଡିକକୁ ମଧ୍ୟାହ୍ନ ଭୋଜନ ସହ ବଣ୍ଟନ କରାଯାଇଥିଲାା

Advertisment

ଏହି କାର୍ଯ୍ୟକ୍ରମ ଅବସରରେ ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ୧୯ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଥିବା ବେଳେ, ୧୦୦ ଜଣ ଗରୀବ ହିତାଧିକାରୀଙ୍କୁ ୪ଟି ଲେଖାଏ ଏଲଇଡି ବଲବ୍‌, ୬୧ଟି ସ୍ୱୟସହାୟକ ଗୋଷ୍ଠୀକୁ ସାର୍ଟିଫିକେଟ୍‌ ଓ ୪ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲାା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ଅଧିକାରୀ ପ୍ରଭାସ ରଞ୍ଜନ ଶତପଥୀ, ସିଡିପିଓ କନକଲତା ନାୟକ, ସାଉଥକୋ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ନାୟକ, ଜିଲ୍ଲାପରିଷଦ ସଭ୍ୟ ପାରଦା କୁଲେସିକା, ନାଏବ ସରପଞ୍ଚ ରାଉତ ମିଣିଆକା, ସୁପରଭାଇଜର ଶ୍ରୀନିଧା ସିଂ, ବିଜେଡି ବ୍ଲକ ପର୍ଯ୍ୟବେକ୍ଷକ କରୁଣାକର ସାହୁ, ପରମା ଖରା, ନାଗେଶ୍ୱର ଖରା ପ୍ରମୁଖ ଯୋଗଦେଇଥିଲୋ

କୁଟିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗୌଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲୋ ପିଠା କାର୍ଯ୍ୟକ୍ରମରେ ବ୍ଲକର ଗୌଡଗୁଡା ଗ୍ରାମପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ପାଇଥିବା ଦୃଷ୍ଠିକୁ ରଖି କୁଟିଙ୍ଗା ଗ୍ରାମପଞ୍ଚାୟତ ଚଳିତ ମାସରେ ପିଠା କାର୍ଯ୍ୟକ୍ରମକୁ ଧୂମଧାମ୍‌ରେ ପାଳନ କରିଥିବା ବେଳେ ଅଞ୍ଚଳର ୮ଶହ ଲୋକଙ୍କୁ ଏକତ୍ରିତ କରାଇ ଯୋଜନା ସଂପର୍କରେ ଆଲୋକପାତ କରାଯାଇଥିଲା।