ଲକ୍ଷ୍ମୀପୁର :କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ସବଡିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଂଗଠନ ତରଫରୁ ଜାତୀୟ ରାଜପଥ ୩୨୬ କୁ ଅବରୋଧ କରାଯାଇଛି।
ରାୟଗଡ଼ା ଠାରୁ କୋରାପୁଟ ଓ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସବଡିଭିଜନ ଦାବିକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଦୀର୍ଘ ୬ବର୍ଷରୁ ଅଧିକ ସମୟ ହେଲା ସବଡିଭିଜନ ସକାଶେ ଦାବି କରାଯାଇଥିଲା କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା କାରଣରୁ ଆଜି ରାଜରାସ୍ତାକୁ ଓଲ୍ଲାଇବାକୁ ପଡ଼ିଥିବା କହିଛି ବିକାଶ ପରିଷଦ। ରାସ୍ତାରୋକ କାରଣରୁ ସହ ସହ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ନିୟୋଜିତ ହୋଇ ରହିଛନ୍ତି।
ଜୋର ଧରିଲା ଲକ୍ଷ୍ମୀପୁରକୁ ସବଡିଭିଜନ ମାନ୍ୟତା ଦାବି: ରାୟଗଡ଼ାରୁ କୋରାପୁଟ ଯାତାୟାତ ଠପ
/sambad/media/post_attachments/wp-content/uploads/2024/03/eaa7b40c-4637-48bb-9fa9-b6bbff92d590.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)