କୋରାପୁଟ: ହସ୍ପିଟାଲ୍‌ରେ ଅଧାବାଟରେ ଅଟକିଲା ଲିଫ୍ଟ, ଅଧ ଘଣ୍ଟା ଲିଫ୍‌ଟରେ ବନ୍ଦ ରହିଲେ ରୋଗୀଙ୍କ ସଂପର୍କୀୟ

କୋରାପୁଟ: କୋରାପୁଟ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କୋରାପୁଟର ଏକ ହସ୍ପିଟାଲ୍‌ରେ ଥିବା ଲିଫ୍‌ଟରେ ଫସି ଗଲେ ରୋଗୀଙ୍କ ସମ୍ପର୍କୀୟ। ଆଉ ଦୀର୍ଘ ସମୟ ଧରି ଅଧା ବାଟରେ ଅଟକି ଗଲା ଲିଫ୍‌ଟ। ଏଭଳି ଘଟଣା ଘଟିଛି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ। ହସ୍ପିଟାଲ୍‌ର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲିଫ୍‌ଟରେ ରୋଗୀଙ୍କ ସମ୍ପର୍କୀୟ ମେଡିସିନ ୱାର୍ଡକୁ ଯାଉଥିଲେ। ଠିକ୍‌ ଏହି ସମୟରେ ହସ୍ପିଟଲ୍‌ର ଲିଫ୍‌ଟ ଅଧା ବାଟରେ ଅଟକି ଯାଇଥିଲା।

ଆଉ ଅଚଳ ହୋଇ ଯାଇ ଥିଲା ଲିଫ୍‌ଟ। ବହୁ ସମୟ ଧରି ଆଲରାମ ସର୍ଭିସ ବାଜି ଥିଲେ ବି କେହି ଆସି ନ ଥିଲେ। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ପରେ ଜଣେ ଅସ୍ଥାୟୀ କର୍ମଚାରୀ ସେଠାକୁ ଆସି ଡୋରକୁ ଭିଡି ଉଭୟଙ୍କୁ ବାହାର କରିଥିଲେ। କିଛି ସମୟ ପାଇଁ ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇ ଥିଲା।

ସମ୍ବନ୍ଧିତ ଖବର