ଲକ୍ଷ୍ମୀପୁର: ବୟସ ୮୦। ତଥାପି ହାର ମାନିନାହାନ୍ତି ପିତାମ୍ବର। କାନ୍ଧରେ ୪୦ରୁ ୫୦ କେଜିର ଓଜନର ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର ସାମଗ୍ରୀ ନେଇ ଦିନକୁ ପ୍ରାୟ ୧୦ରୁ ୨୦ କିଲୋମିଟର ବୁଲି ବୁଲି ଅଦଳ ବଦଳ ବ୍ୟବସାୟ କରି ତାଙ୍କ ପରିବାର ପୋଷଣ କରୁଛନ୍ତିା ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ଗ୍ରାମପଞ୍ଚାୟତ ଲୁଲୁପଦର ଗାଁରୋଗାଁର ପିତାମ୍ବର ହାଲବା।

Advertisment

ପରିବାର କହିଲେ ଦୁଇ ପୁଅ ସ୍ତ୍ରୀ ଓ ଜଣେ ବୋହୂ, ନାତି-ନାତୁଣି। ୭ ପ୍ରାଣି କୁଟୁମ୍ବ ସକାଶେ ସେ ବର୍ତ୍ତମାନ ପାଲଟି ଯାଇଛନ୍ତି ଏକ ମାତ୍ର ପରିବାରର ରୋଜଗାର କ୍ଷମ ବ୍ୟକ୍ତି । ଗତ କିଛି ମାସ ପୁର୍ବେ ସାନ ପୁଅ ସଂଜିତର ହାଲବା ରାୟଗଡା ଜିଲ୍ଲା ସିଏମଏସ୍‌ ସଂସ୍ଥାରେ କାର୍ଯ୍ୟ କରୁଥିଲେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ଏକ ଅଟୋ ଧକ୍କାରେ ସେ ଛୋଟା ପାଲଟିଗଲେ। ବଡ ପୁଅ କିଛି ଦିନ ପାଇଁ ଘରର ବୋଝ ସମ୍ଭାଳି ଥିଲା କିନ୍ତୁ ସେ ନିରୁପାୟ ହୋଇ ଗତ ମାସରେ ଦାଦନ ଖଟିବାକୁ ଘରେ ସ୍ତ୍ରୀ ଓ ଛୁଆ ପିଲାକୁ ଛାଡି ଆନ୍ଧ୍ରପ୍ରଦେଶ ଚାଲିଗଲା। ଦୁର୍ଘଟଣାରେ ପୁଅଙ୍କୁ ବଞ୍ଚାଇବା ସକାଶେ ନିଜ ନାଁରେ ଥିବା ଜମି ବାଡି ବିକ୍ରି କରି ଭଲ କଲେ। ଏପରିକି ପ୍ରାୟ ୨ଲକ୍ଷ ଟଙ୍କା ବିଶାଖାପାଟଣାରେ ଖର୍ଚ୍ଚ କରିଥିବା ସେ ପ୍ରକାଶ କରିଥିଲେ, ବର୍ତ୍ତର୍ମାନ ପୁଣି ଏକ ଅପରେସନ ସକାଶେ ଆହୁରି ୫୦ ହଜାର ଟଙ୍କା ଆବଶ୍ୟକ ପଡୁଥିବା ବେଳେ ପାଖରେ କିଛି ଟଙ୍କା ନଥିବା ସେ ପ୍ରକାଶ କରିଥିଲେ।

publive-image

ସରକାରଙ୍କ ତରଫରୁ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ପୁଣି ଅପରେସନ କରିବେ। ଅପରେସନ ପରେ ପୁଅ ସଂପୂର୍ଣ୍ଣ ଭାବେ ଚାଲିପାରିବ ବୋଲି ଡାକ୍ତର ପ୍ରକାଶ କରିଥିବା ସେ ପ୍ରକାଶ କରିଛନ୍ତି। ଏପରି ସ୍ଥିତିରେ ପିତାମ୍ବର କିନ୍ତୁ କାହାର ସାହାର ହୋଇ ରହିନାହାନ୍ତ। ସେ ନିଜେ ପୁର୍ବଭଳି ଦୂରରେ ଥିବା ପିସ୍କାଡାଙ୍କ, ଚୁଚୁକଣା ଅଞ୍ଚଳରେ ରହୁଥିବା ଶତାଧିକ ଆଦିବାସୀ ପରିବାରଙ୍କ ଗାଁରେ ପହଞ୍ଚି ବ୍ୟବସାୟ କରୁଛନ୍ତି। ସଖାଳ ହୋଇଗଲେ କାନ୍ଧରେ ଭାର କହିଲେ ସୁଖୁଆ, ଲୁଣ ଇତ୍ୟାଦି ସାମଗ୍ରୀ ଧରି ଗାଁ ମାନଙ୍କରେ ପହଞ୍ଚିଯାଉଛନ୍ତି, ଗାଁ ମାନଙ୍କରେ ସୁଖୁଆ ଲୁଣ ଇତ୍ୟାଦି ଦେଇ ଗାଁର ଆଦିବାସୀ ମାନଙ୍କ ଠାରୁ ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ ଭଳି ବିଭିନ୍ନ ଜିନିଷ କାନ୍ଧରେ ଧରି ସଂଧ୍ୟା ହେଲେ ପୁଣି ଫେରି ଆସୁଛନ୍ତିିା ଅଞ୍ଚଳରେ ଗମନାଗମନର କୌଣସି ସୁବିଧା ନଥିବା କାରଣରୁ ସେ ନିଜେ ହିଁ ଏତେ ସବୁ ସାମଗ୍ରୀ ପରିଣତ ବୟସରେ ମଧ୍ୟ କାନ୍ଧରେ ବୋହି କି ନିଯେ ହିଁ ଧରିକି ଆସନ୍ତି ଓ ଲକ୍ଷ୍ମୀପୁର ଓ ରାଫକଣା ବଜାରରେ ବିକ୍ରୀ ଦିପଇସା ରୋଜଗାର କରିଥାନ୍ତିା

ପିତାମ୍ବରଙ୍କ ସ୍ତ୍ରୀଙ୍କୁ ମଧ୍ୟ ୭୦ ବର୍ଷ ରୁ ଉର୍ଦ୍ଧ୍ୱ ହୋଇଯାଇଛି। ସରକାରଙ୍କ ବାର୍ଧ୍ୟକ ଭତ୍ତା ହିସାବରେ ଉଭୟଙ୍କୁ ୩ ଶହ ଟଙ୍କା ଲେଖାଏ ମିଳୁଥିବା ବେଳେ ଟଙ୍କିକିଆ ଚାଉଳ ମଧ୍ୟ ପାଉଛନ୍ତି କିନ୍ତୁ ସେମାନେ ଅଭିଯୋଗ କରିଛନ୍ତିି ଏପରି ପରିଣତ ବୟସରେ ଭତ୍ତା ୫ଶହ ଟଙ୍କା ଲେଖାଏ ମିଳିଲେ ଆଉକିଛି ଉପକୃତ ହୋଇପାରିଥାନ୍ତୋ ଗତ ବର୍ଷ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ପାଇଛନ୍ତି କିନ୍ତୁ ପୁଅର ଦୁର୍ଘଟଣା ପରେ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଛି ତେଣୁ ଆଉ ଘରକୁ ସଂପୂର୍ଣ୍ଣ କରିବାରେ ସେ ବିଫଳ ହୋଇଯିବାରୁ ଘର ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛିା