କୋରାପୁଟ: ଲକ୍ଷ୍ମୀପୁର ଓ କୁଟିଙ୍ଗା ଠାରେ ପିଠା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରମହକୁମା ପଞ୍ଚାୟତ ସମେତ କୁଟିଙ୍ଗା ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟସରକାରଙ୍କ ଏହି ନୂତନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ପିଠା ସ୍ଥାନୀୟ ବ୍ଲକ ପଡିଆରେ ସରପଞ୍ଚ ଉତ୍ତମେ ହୁଇକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ଏବିଡିଓ ପ୍ରସନ୍ନ କୁମାର ଷଡଙ୍କୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ, ସମିତି ସଭ୍ୟ ରାଧେଶ୍ୟାମ ଜାନି, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ନାୟକ, କୃଷି ଅଧିକାରୀ ସୁର୍ଯ୍ୟକାନ୍ତ ନାହକ ପ୍ରମୁଖ ଯୋଗ ଦେଇଥିଲୋ

ରାଜ୍ୟସରକାରଙ୍କ ସମସ୍ତ ଯୋଜନା ଉପସ୍ଥିତ ସାଧାରଣଲୋକଙ୍କୁ ଅବଗତ କରାଯାଇଥିବା ବେଳେ ମହିଳା ସ୍ୱୟସହାୟକ ଗୋଷ୍ଠୀର ମହିଳା ଓ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ସ୍ୱତନ୍ତ୍ର ପିଠା ସକାଶେ ଏକ ଷ୍ଟଲ୍‌ ତିଆରି କରାଯାଇ ପ୍ରର୍ଦଶନି କରାଯିବା ସହ ତାହାକୁ ଖାଇବା ସକାଶେ ପ୍ରଦାନ କରାଯାଇଥିଲାା କାର୍ଯ୍ୟକ୍ରମରେ ୧୦ଜଣ ହିତାଧିକାରୀଙ୍କୁ ବିଜୁପକ୍କା ଘରର କାର୍ଯ୍ୟାଦେଶ, ୩୦ଜଣଙ୍କୁ ମଧୂବାବୁ ପେନସନ୍‌ କାର୍ଡ ସହ ୩ଶହ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୩୬ଜଣ ମାଗଣାରେ ବିଦ୍ୟୁତ ସେବା ପାଇବା ସକାଶେ ଆବେଦନ କରିଥିଲୋ

ସମ୍ବନ୍ଧିତ ଖବର