ଲକ୍ଷ୍ମୀପୁର: ଗତ ଶନିବାର କୁଡିପଦର ନିକଟରେ କୋଡିଙ୍ଗାମାଳିରୁ ବକ୍ସାଇଟ୍ ବୋଝେଇ କରି କାକିରିଗୁମ୍ମା ଡିଂୟାର୍ଡକୁ ଯାଉଥିବା ଏକ ହାଇୱା ଟିପର ଜଣେ ବୃଦ୍ଧଙ୍କୁ ଧକ୍କା ଦେବାପରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲାା ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ଦାବି ନେଇ ୧୨ ଘଣ୍ଟା ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ସାଧାରଣ ଜନତା ସହ ଶହଶହ ଗାଡି ଉଭୟପଟେ ଅଟକି ରହିଥିଲାା ପୁଲିସ ଟିମ୍ ସହ ତହସିଲଦାର ବିଡିଓ ଏସଡିପିଓ ନାକେଦମ୍ ହୋଇଥିଲେ।
ଏପରିକି ବୃଦ୍ଧଙ୍କ ପରିବାରକୁ ୨ଲକ୍ଷ ୨୦ହଜାର ଟଙ୍କା ନଗଦ କ୍ଷତିପୁରଣ ସହ ବିଭିନ୍ନ ପ୍ରତିଶୁତି ଦେବାପରେ ରାସ୍ତାରୋକ ହଟିଥିଲାା ରାସ୍ତାରୋକର ଅସୁବିଧାକୁ ଦେଖି ଲକ୍ଷ୍ମୀପୁର ପୁଲିସକୁ ଚେତା ପସିଥିଲା ଓ ୨୦ କିଲୋମିଟର ରାସ୍ତା ମଧ୍ୟରେ ୬୦ଟି ସ୍ପିଡ ବ୍ରେକର ଲଗାଇବା ସକାଶେ ନିଷ୍ପତି ନେଇଥିଲାା ନିଷ୍ପତି ପ୍ରକାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସ୍ପିଡବ୍ରକର ଲଗାଯିବା କାର୍ଯ୍ୟ। ପ୍ରଥମ ଦିନରେ ପ୍ରାୟ ୧୨ଟି ସ୍ଥାନରେ ସ୍ପିଡ ବ୍ରେକର ଲଗାଯାଇଥିବା ବେଳେ ସମସ୍ତ ହାଇୱାଟିପର ଗୁଡିକ ଉପରେ ମଧ୍ୟ ବେଗ ନିୟନ୍ତ୍ରଣ ଯନ୍ତ୍ର ଗୁଡିକ ଖଞ୍ଜାଯାଇଥିବା ଆଇଆଇସି ଦେବକୁମାର ଗମାଙ୍ଗ ପ୍ରକାଶ କରିଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Laxmipur2.jpg)