ମଦ ଦୋକାନକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ମିରଗାନ ସାହିରେ ଖୋଲାଯିବାକୁ ଥିବା ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସମେତ ଗ୍ରାମବାସୀ। ବୁଣାକାର ସାହି ଭାବେ ଜଣାଶୁଣା କୋଟପାଡ ବିଜ୍ଞାପିତ ପରିଷଦର ଓାଡ ନମ୍ବର –୯ ରେ ଆସନ୍ତା ମାସ ୧ତାରିଖରୁ ଏକ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଯୋଜନା ଚାଲିଥିବା ବେଳେ ଯାହାକୁ ବିରୋଧ କରିଛନ୍ତି ପଦ୍ମଶ୍ରୀ ଶ୍ରୀ ପାନିକା ।

ତାଙ୍କର କହିବା ଅନୁଯାୟୀ ମଦ ଦୋକାନଟି ତାଙ୍କ ଘର ସମ୍ମୁଖରେ ହେବାକୁ ସ୍ଥିର ହୋଇଛି । ସେଠାରୁ ଅଙ୍ଗନବାଡି କେନ୍ଦ୍ର ମାତ୍ର ୨୦ ମିଟର ଦୂରରେ ଥିବା ବେଳେ ସେହି ଜାଗାର ଚର୍ତୁପାଶ୍ୱରେ ବୁଣାକାର ମାନେ ଲୁଗା ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରୁଅଛନ୍ତି । ଉକ୍ତ ସ୍ଥାନର ପରିବେଶ ଶାନ୍ତ ସରଳ ଥିବା ବେଳେ ଏଠାରେ ବିଶ୍ୱ ପ୍ରସିଦ୍ଧ ହସ୍ତତନ୍ତ୍ର ଓ ବୟନଶିଳ୍ପ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ମଦ ଦୋକାନ ଖୋଲାଗଲେ ପରିବେଶ ଅଶାନ୍ତ ରହିବା ସହିତ ମଦୁଆଙ୍କ ଆଡାସ୍ଥଳୀ ପାଲଟିବ ବୋଲି ମଦ ଦୋକାନ ନଖୋଲିବାକୁ ସେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତରେ କୋଟପାଡ ଏନଏସି ଅଧିକାରୀ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବାପରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର