ଲକ୍ଷ୍ମୀପୁର : ସ୍ଥାନୀୟ ଲୋକମାନଙ୍କ ବିରୋଧ ପରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକସ୍ଥିତ ଓଏମସିର କୋଡିଙ୍ଗାମାଳି ବକ୍ସାଇଟ୍ ଖଣି ସଂମ୍ପ୍ରସାରଣ ପାଇଁ ବୁଧବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।
ଓଏମସି ପକ୍ଷରୁ ଏହି ବକ୍ସାଇଟ ଖଣିର ଉତ୍ପାଦନ କ୍ଷମତାକୁ ବାର୍ଷିକ ୩ ନିୟୁତ ଟନରୁ ୬ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ପ୍ରାୟ ୪୨୮ ହେକ୍ଟର ଅଞ୍ଚଳରେ ହେବାକୁ ଥିବା ଏହି ଖଣି ପାଇଁ ବୁଧବାରଦିନ ୧୧ଟା ସମୟରେ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲ ଖେଳପଡ଼ିଆଠାରେ ଜନଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହାକୁ ବିରୋଧ କରିବାକୁ ଆଜି ଏକ ପ୍ରସ୍ତୁତି ବୈଠକ ବିରିଗୁଡା କଲୋନିର ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଈଥିଲା । ଭଣ୍ଡୁର ବୈଠକରେ ଅଂଚଳର ଶତାଧିକ ଯୁବକ ,ବିସ୍ଥାପିତ ,ଜମିହରା ତଥା ଶିକ୍ଷିତ ବେକାର ଯୁବକ ମାନେ ଯୋଗ ଦେଈଥିଲେ । ଜନଶୁଣାଣି ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-24-at-18.35.25.jpeg)