୪ କୁଇଣ୍ଟାଲ ଗଞ୍ଜେଇ ସହ ଭ୍ୟାନ୍‌ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ପିକ୍‌ଅପ୍‌ ଭ୍ୟାନରୁ ୪ କୁଇଣ୍ଟାଲ ୪୦ କିଲୋ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଣ ଲଗାଇବା ପାଇଁ ବୁଧବାର ରାତିରେ ମାଛକୁଣ୍ଡ,ଲମତାପୁଟ ଓ ଜଲାପୁଟ ପୁଲିସ ପକ୍ଷରୁ ମିଳିତ ପାଟ୍ରୋଲିଂ କରଯାଇଥିଲା। ଏହିମାଛକୁଣ୍ଡ-ଜଲାପୁଟ ରାସ୍ତାର ସିନ୍ଦିପୁଟ ନଦୀ ଘାଟ ନିକଟରେ ପୁଲିସ ପହଞ୍ଚିବାରୁ ଗଞ୍ଜେଇ ଚାଲାଣକାରୀମାନେ ଭ୍ୟାନ୍‌ଟିକୁ ଛାଡ଼ି ଚମ୍ପଟ ମାରିଥିଲେ। ଆଜି ମାଛକୁଣ୍ଡ ତହସିଲଦାର ତଥା ମାଜିଷ୍ଟେଟ କର୍ଣଦେବ ସମାଦ୍ଦାର ଓ ନନ୍ଦପୁର ଏସଡିପିଓ ଶିବରାମ ନାଏକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିଲେ ୪ କ୍ୱିଣ୍ଟାଲ ୪୦ କିଲୋଗ୍ରାମ ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାଛକୁଣ୍ଡ ଭାରପ୍ରାପ୍ତ ଥାନା ଅଧିକାରୀ ତପନ ନାହକ,ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ କ୍ରିର୍ସାନୀ,ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡଙ୍ଗୀଙ୍କ ନେତୃତ୍ୱରେ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

ସମ୍ବନ୍ଧିତ ଖବର