ନାରାୟଣପାଟଣା଼: ନାରାୟଣପାଟଣା ବ୍ଲକ ପୋଡାପଦର ପଞ୍ଚାୟତ ଅନ୍ତର୍ଗତ ବୋରିପୁଟ ନାଳ ନିକଟରେ ବିଧବା ମହିଳାଙ୍କ ଶବ ଉଦ୍ଧାର ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ କୋରାପୁଟ ଜେଲକୁ ପଠାଇ ଦିଆଯାଇଛି। ଗିରଫ ଦୁହେଁ ହେଲେ ପାଲାପୁଟ ଗ୍ରାମର କୁଶ ତାଡିଙ୍ଗି ଏବଂ ବାଲା ଗ୍ରାମର ସୀମନ ତାଡିଙ୍ଗି। ଏହି ଘଟଣାରେ ସଂପୃକ୍ତ ନାକଟିପଦର ଗ୍ରାମର ନାବାଳକକୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲକୁ ପଠାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ସମ୍ବିତ ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଗତ ୧୩ ତାରିଖରେ ବାସନାପୁଟ ଗ୍ରାମର ବିଧବା ମହିଳା ଫୁଲମଣି ଶିରିକା ନାରାୟଣପାଟଣାରୁ ନିଜ ଗାଁକୁ ଏକ ଜିପରେ ଯାଉଥିଲେ। ସେହି ସମୟରେ ଗାଡି ଡ୍ରାଇଭର ସେଠାରେ ନଓହ୍ଲାଇ ବୋରିପୁଟ ନେଇଯାଇଥିଲା। ପରେ ସେଠାରେ ଅନ୍ୟମାନଙ୍କ ସହାୟତାରେ ଡ୍ରାଇଭର ଦୁଷ୍କର୍ମ କରିଥିଲେ। ତେବେ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରି ହତ୍ୟା କରି ନିକଟସ୍ଥ ନାଳରେ ଫିଙ୍ଗି ଚାଲିଯାଇଥିଲେ। ଏସଂପର୍କରେ ମୃତ ମହିଳା ଫୁଲମଣିଙ୍କ ପୁଅ ଟୁନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଦୁଇ ଗିରଫ
/sambad/media/post_attachments/wp-content/uploads/2018/10/pcr-van-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)