ଆୟବର୍ହିଭୁତ ସଂପତ୍ତି ରଖିବା ଅଭିଯୋଗରେ ଅବସରପ୍ରାପ୍ତ ଡିଆଇଙ୍କୁ ୨ବର୍ଷ ସଶ୍ରମକାରାଦଣ୍ଡ,୫୦ ହଜାର ଜୋରିମାନା

ଜୟପୁର :  ଗତ ୨୦୧୨ମସିହାରେ ତତ୍କାଳୀନ ରାୟଗଡ଼ା ଡିଆଇ ଜଗବନ୍ଧୁ ଦାଶରେ ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନସ୍ ହାତରେ ଧରା ପଡ଼ିଥିଲେ। ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଓ ସୁନା ଓ ରୁପା ଅଳଙ୍କାର ୧୫ଲକ୍ଷ ୯୭୯ହଜାର ଟଙ୍କାର କାଗଜପତ୍ର ଦେଖାଇପାରି ନଥିଲେ। ଏହାକୁ ନେଇ ଭିଜିଲାନସ୍ ଆୟବର୍ହିଭୁତ ମାମଲା ରୁଜୁ କରିଥିଲେ। ଆଜି ଏହି ମାମଲାର ଶୁଣାଣୀ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା କରିବା ସହ ଅଭିଯୁକ୍ତ ଅବସରପ୍ରାପ୍ତ ଡିଆଇ ଶ୍ରୀ ଦାଶଙ୍କୁ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ୫୦ହଜାର ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୬ମାସ ସଶ୍ରମକାରାଦଣ୍ଡରେ ରହିବାକୁ ରାୟ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ରାୟଗଡା ଜିଲ୍ଲାର ତତ୍କାଳୀନ ଡିଆଇ ଜଗବନ୍ଧୁ ଦାଶ ଲାଂଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଗତ ୨୦୧୨ମସିହାରେ  ଧରା ପଡ଼ିଥିଲେ। କୋରାପୁଟ ଜିଲ୍ଲା କାକିରିଗୁମ୍ମାରେ ଥିବା ଘର ଉପରେ ଭିଜିଲାନସ୍ ଚଢ଼ାଉ କରି ୬ଲକ୍ଷ ୪୩ହଜାର ୨୮୦ଟଙ୍କା ଓ ସୁନା, ରୁପା ଆଦିର ଅଳଙ୍କାର ସର୍ବମୋଟ ୧୫ଲକ୍ଷ ୩୯ହଜାର ୯୭୯ଟଙ୍କା ଜବତ କରିଥିଲେ। ଜବତ ଟଙ୍କା ଓ ଅଳଙ୍କାର ସଂପର୍କୀତ କାଗଜପତ୍ର ଭିଜିଲାନସ୍ ନିକଟରେ ଅଭିଯୁକ୍ତ ଡିଆଇ ଦାଖଲ କରି ପାରି ନଥିଲେ। ଭିଜିଲାନସ୍ ଏ ନେଇ ଆୟବର୍ହିଭୁତ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି, ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ୫୦ହଜାର ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୬ମାସ ସଶ୍ରମକାରାଦଣ୍ଡରେ ରହିବାକୁ ରାୟ ପ୍ରକାଶ କରିଛନ୍ତି। ଏହା ସହ ଜବତ ୧୫ଲକ୍ଷ ୩୯ହଜାର ୯୭୯ଟଙ୍କାକୁ ଜବତ କରି ସରକାରୀ ତହବିଲକୁ ନେବାକୁ ନିର୍ଦେଶ ଦେଇଛନ୍ତି। ପ୍ରକାଶଯୋଗ୍ୟ ଭିଜିଲାନସ୍ ଲାଂଚ ନେବା ମାମଲା ସହ ପୃଥକ ଭାବେ ଆୟ ବର୍ହିଭୁତ ମାମଲା ରୁଜୁ କରିଥିଲା। ଲାଂଚ ନେଉଥିବା ମାମଲାରେ ବି ଅଭିଯୁକ୍ତ ଅବସରପ୍ରାପ୍ତ ଡିଆଇ ଶ୍ରୀ ଦାଶଙ୍କୁ ପୂର୍ବରୁ ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ୨ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍ ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର