ଜୟପୁର: ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ଗତକାଲି ଠାରୁ ଅପହରଣ କରାଯାଇଛି। ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଛନ୍ତି। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ପରିବାର ଲୋକେ କହିଛନ୍ତି କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ କେଉଁ କାରଣରୁ ରମେଶଙ୍କୁ ଅପହରଣ କରାଯାଇଛି ସେନେଇ ପରିବାର ଲୋକେ କିଛି ସ୍ପଷ୍ଟ କରିନାହାନ୍ତି ।