କୋରାପୁଟ: ରାୟଗଡା ଜିଲ୍ଲା ସୀମାନ୍ତ କୁଟୁଳି ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ୨ ମୃତ

କୋରାପୁଟ: କୋରାପୁଟ ରାୟଗଡା ଜିଲ୍ଲା ସୀମାନ୍ତ କୁଟୁଳି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସାନ ମିନାପାଇ ଗାଁର ବିକାଶ ମିଣିଆକା ଓ ଟୁଡୁଆ ଲେଲେର ଗାଁର ସାହୁ ପ୍ରେପେକା । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିବା ସହ ଅଚଂଳର ଆଦିବାସୀମାନେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି।

ଏକ ଅଜଣା ଗାଡି ଆଜି ପ୍ରାୟ ଦିନ ୧୨ଟା ସମୟରେ  ଚାଲିଚାଲି ଆସୁଥିବା ଦୁଇଜଣଙ୍କୁ ପଛପଟୁ ଧକ୍କା ଦେବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଦୁଇଜଣ  ନିଜ ଗ୍ରାମରୁ କୁଟୁଳିଗାଁକୁ ଟଙ୍କିକିଆ ଚାଉଳ ନେବା ପାଇଁ ଚାଲିଚାଲି ଆସୁଥିଲେ। ଘଟଣାସ୍ଥଳରେ କୁମ୍ଭିକୋଟା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର