ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ଲକ୍ଷ୍ମୀପୁର ବ୍ଲକ ପାଇଁ ୩୪୧ ଲକ୍ଷ ଅନୁଦାନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତସମିତି ଅଧିନରେ ଥିବା ୧୩ଟି ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କର ଉନ୍ନତି ସକାଶେ ରାଜ୍ୟସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାର ୩୪୧ ଟଙ୍କା ଅନୁଦାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍‌ସ ଜରିଆରେ ବ୍ଲକର ଉନ୍ନୟନ୍ନ କାର୍ଯ୍ୟ ପାଇଁ ୧୭୩ଟି ପ୍ରକଳ୍ପ ପାଇଁ ୩୪୧ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରି ସାଧାରଣ ଲୋକଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଏହି ଭିଡିଓ କନଫରେନସିଂ କାର୍ଯ୍ୟକ୍ରମ ସକାଶେ ଗତ ଚାରିଦିନର ପ୍ରବଳ ବର୍ଷାକୁ ନାକେଦମ୍‌ ହୋଇଥିଲେ ବ୍ଲକ କର୍ମଚାରୀ। ତଥାପି ମଙ୍ଗଳବାର ପାଗ ସଂପୂର୍ଣ୍ଣ ଠିକ ରହିଥିବା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଲାଇଭ୍‌ ପ୍ରୋଗାମ୍‌ ଦେଖିବା ସକାଶେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲାା

୧୭୩ଟି ପ୍ରଖଳ୍ପ ମଧ୍ୟରୁ ପିପଳପଦର ଗ୍ରାମପଞ୍ଚାୟତକୁ ୧୫ଟି ପ୍ରକଳ୍ପ ପାଇଁ ୨୫ ଲକ୍ଷ ୫୦ ହଜାର, କୁସୁମଗୁଡା ୧୫ଟିରେ ୨୫ ଲକ୍ଷ, ତୋୟାପୁଟ ୧୭ଟିରେ ୨୮ ଲକ୍ଷ, କାକିରିଗୁମା ୧୩ଟିରେ ୨୬ ଲକ୍ଷ, ତୁନପାର ୧୦ଟି ରେ ୨୦ ଲକ୍ଷ, ଭିତରଗଡ ୯ଟିରେ ୨୦ ଲକ୍ଷ, ପଞ୍ଚଡା ୧୫ ଟିରେ ୨୫ ଲକ୍ଷ ୫୦ ହଜାର ଗୌଡଗଡା ୧୦ଟିରେ ୨୫ଲକ୍ଷ ୫୦ ହଜାର, କୁଟିଙ୍ଗା ୧୧ଟିରେ ୨୧ ଲକ୍ଷ ବୁର୍ଜା ୯ଟିରେ ୨୪ଲକ୍ଷ, ଓଡିଆପେ ୧୭ଟିରେ ୨୯ ଲକ୍ଷ ଓ ଲକ୍ଷ୍ମୀପୁର ସଦର ଗ୍ରାମପଞ୍ଚାୟତ ସକାଶେ ୧୭ଟି ପ୍ରକଳ୍ପ ପାଇଁ ୪୬ ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଥିଲା।

ଏହା ଏକ ସଂପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଡିଓ ବେଣୁଧର ଶବର, ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ଅଧିକାରୀ ଓ ସମସ୍ତ ଗ୍ରାମପଞ୍ଚାୟତ ପିଇଓ ଓ ବ୍ଲକ କର୍ମଚାରୀମାନେ ଦାୟିତ୍ୱ ନେଇ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲୋ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ସମେତ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ବ୍ଲକ ଅଧକ୍ଷ୍ୟା ସୁଓ୍ଵାଇ କୁଲେସିକା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଜିଲ୍ଲାପରିଷଦ ଅଧକ୍ଷ୍ୟ ପ୍ରଭୁ ଜାନି, ପୁର୍ବତନ ବିଧାୟକ ରଘୁରାମ ପାଡାଲ୍‌ ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର