ଥାନାରେ ଖତ ଖାଉଛି ଜବତ ଗାଡି ନିଲାମ କରିବାକୁ ଡିଜିପିଙ୍କ ନିର୍ଦେଶକୁ ଫୁ

ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ବିଭିନ୍ନ ମାମଲାରେ ଶହ ଶହ ଗାଡି ଜବତ ହୋଇ ଖତ ଖାଉଛି। ଖତ ଖାଉଥିବା ବାଇକ୍, ଗାଡି ଆଦିର କେହି ଦାବିଦାର ନଥିଲେ ତୁରନ୍ତ ନିଲାମ କରି ଥାନା ଖାଲି କରିବାକୁ ପୁଲିସ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦେଶ ଦେଇଥିଲେ। ତେବେ ତାଙ୍କ ନିର୍ଦେଶନାମାକୁ ପୁଲିସ ବାବୁ ମାନେ ଫୁ କରି ଉଡାଇ ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ଥାନା ଜୟପୁର, ଜୟପୁର ସଦର, ବୋରିଗୁମ୍ମା, ବୈପାରିଗୁଡା, କୋଟପାଡ ଆଦି ଥାନାରେ ବେଶିମାତ୍ରାରେ ବାଇକ୍ ଓ କାର ଆଦି ଜବତ ହୋଇ ରହିଛି। ସେହିଭଳି ଅନ୍ୟାନ୍ୟ ଥାନାରେ ବି ଅଳ୍ପ ବହୁତ ଗାଡି ଜବତ ହୋଇ ରହିଛି। ଏସବୁ ମଧ୍ୟରେ କିଛି ବାଇକ୍‌ ଓ କାର ଆଦି ବିଭିନ୍ନ ଅପରାଧିକ ମାମଲା ତଥା ଗ˚ଜେଇ ଚୋରା ଚାଲାଣ, ଡକାୟତି ଏବଂ ବିଭିନ୍ନ ଛୋଟ ବଡ ଦୁର୍ଘଟଣାରେ ଜବତ ହୋଇଥିବା ବେଳେ ସେଗୁଡିକ ଆଉ ଲୋକେ ନେଉନଥିବା ସୂଚନା ମିଳିଛି। କାଗଜପତ୍ର ଯାଞ୍ଚ ବେଳେ ବିନା କାଗଜପତ୍ରରେ ଧରାପଡିଥିବା ବାଇକ୍‌ ଆଦି ମଧ୍ୟ ସେଭଳି ପଡି ରହିଛି। ତେବେ ଏହା ଜବତ ହେବା ପରେ ଦୀର୍ଘ ଦିନ ହେବ ଥାନାରେ ପଡି ରହୁଛି। ନିୟମ ଅନୁଯାୟୀ ବିଭିନ୍ନ ଥାନାରେ ଜବତ ହୋଇ ପଡି ରହିଥିବା ଗାଡି ଗୁଡିକର ତାଲିକା ସ˚ପୃକ୍ତ ଥାନାର ଅଧିକାରୀ ମାନେ ଉକ୍ତ ଅଞ୍ଚଳର ଏସଡିପିଓଙ୍କୁ ଦେବେ। ଦାବିଦାର କିମ୍ବା କାଗଜପତ୍ର କିଛି ନଥିବା ଗାଡି ଗୁଡିକୁ ନିଲାମ କରିବା ପାଇଁ ଏସଡିପିଓ ଏସପି, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଜଣାଇବେ। ଉପଜିଲ୍ଲାପାଳ ଏ ସବୁ ଗାଡି ଗୁଡିକର ନିଲାମ କରିବେ। ନିଲାମରୁ ଆସୁଥିବା ଅର୍ଥକୁ ସରକାରୀ ରାଜକୋଷରେ ଜମା କରାଯିବାର ନିୟମ ରହିଛି।

ସେହିପରି କୋର୍ଟରେ ବିଚାରଧୀନ ଥିବା ମାମଲାରେ ସ˚ପୃକ୍ତି ଥିବା ଗାଡି ଗୁଡିକୁ ମଧ୍ୟ ନିଲାମ କରି ହେଉନି। ଅପର ପକ୍ଷରେ ଆମକୁ ଫୁରସତ୍ ମିଳିଲେ ତ ଆମେ ଏସବୁ କରିବୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେବ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଥିବା ବାଇକ୍‌ ଆଦିର ବିଭିନ୍ନ ଯନ୍ତ୍ରପାତି ବିଭିନ୍ନ ସମୟରେ ଜବତ ସ୍ଥଳରୁ ଓ ଆଉ କିଛି ଥାନା ପରିସରରୁ ହିଁ ଗାଏବ ହୋଇଯାଉଛି। ଫଳରେ ଜବତ ଗାଡିର ଚେସିସ୍‌ ନ˚ ଓ ଇଞ୍ଜିନ୍‌ ନ˚ ମଧ୍ୟରେ ତାଳମେଳ ରହୁନି। ତେବେ ପୁଲିସ ଜବତ କରିବା ପରେ ସେହି ସମୟରେ କାଗଜପତ୍ର ପ୍ରସ୍ତୁତି ସମୟରେ ହିଁ ଗାଡିର ପ˚ଜିକରଣ ନମ୍ବର, ଇ˚ଜିନ ଓ ଚେସିସ୍‌ ନମ୍ବର ଲେଖି ମାଲଖାନାରେ ପକାଇ ଦେବା ପରେ ସେ ଗାଡି ସ˚ପର୍କରେ ଆଉ ଦୃଷ୍ଟି ଦେଉନି। ଚୋରି, ଦୁର୍ଘଟଣା, କିମ୍ବା କୌଣସି ଅପରାଧୀ ବାଇକ ମାଲିକର ଅଜଣାତରେ ଅପରାଧ କିମ୍ବା ଦୁର୍ଘଟଣା ଘଟାଇଲେ ସେସବୁ ମାମଲାରେ ପୁଲିସ ପକ୍ଷରୁ ସହଯୋଗ କରିବା କଥା। କିନ୍ତୁ ଥାନାକୁ ଯିବା ମାତ୍ରକେ କିଛି ପୁଲିସ ଅଧିକାରୀ ମାନେ ଅର୍ଥ ଦାବି କରିବା ସହ ଆଇନର ପଶାପାଲ୍ଲୀରେ ଛନ୍ଦି ଦେବାକୁ ଧମକ ଦେଉଥିବାରୁ ଲୋକେ ଏବେ ବି ଥାନାକୁ ଯିବାକୁ ଭୟ କରୁଛନ୍ତି। ଏହା ଫଳରେ ବିଭିନ୍ନ ଥାନାରେ ଦିନକୁ ଦିନ ଯାନବାହାନ ଜବତ ତାଲିକା ପାହାଡ ଭଳି ବଢ଼ିବାରେ ଲାଗିଛି। ତେଣୁ ଥାନା ପାର୍ଶ୍ବବର୍ତ୍ତୀ ସ୍ଥାନ ଡେଙ୍ଗୁ, ମଶା, ମାଛି, ବିଷଧର ସାପ ଆଦିର ଘର ପାଲଟିଛି। ଏହି ସ୍ଥିତିରେ ଦାବିଦାର ଥିଲେ ମଧ୍ୟ ଥାନାକୁ ଯିବାକୁ ଲୋକେ ଭୟଭୀତ ହେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେଣୁ ପୁଲିସ ପ୍ରଶାସନ ଜନସାଧାରଣର ଆସ୍ଥାଭାଜନ ହେବା ପାଇଁ ପୁଲିସ ବିଭାଗ ପକ୍ଷରୁ ଦାବିଦାର ନଥିବା ବାଇକର ତାଲିକା ଥାନା ସମ୍ମୁଖରେ ଟାଙ୍ଗିବା, ଖବରକାଗଜରେ ବିଜ୍ଞାପନ ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର