ଦୋକାନ ପୋଡି ମାମଲା, ଜଣେ ଗିରଫ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ମହାତ୍ମାଗନ୍ଧୀ ମାର୍ଗରେ ଥିବା ଗୋଟିଏ ଦୋକନ ପୋଡି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଢ଼େପଗୁଡା ଅଞ୍ଚଳର ଏ. ଚିନ୍ନା। ଦୋକାନ ମାଲିକ ଏ. କ୍ରିଷ୍ଣାଙ୍କ ଲିଖିତ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ମାମଲାକୁ ଭିତ୍ତି କରି ପୁଲିସ ଚିନ୍ନାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିିଥିବା ତଦନ୍ତ ଅଧିକାରୀ ଏଏସ୍‌ଆଇ ବିଷ୍ଣୁ ଚରଣ ବିଶେୟୀ କହିଛନ୍ତି। ଏହାସହ ଚିନ୍ନାଙ୍କ ନାମରେ ପୂର୍ବରୁ ୩ ଟି ମାମଲା ରହିଥିବା ସେ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଗତକାଲି କ୍ରିଷ୍ଣା ଦୋକାନରେ ବନ୍ଦ କରି ଯିବା ପରେ ଚିନ୍ନା ଦୋକାନ ସମ୍ମୁଖରେ ତାଙ୍କୁ ଗାଳିଗୁଳଜ କରିଥିଲେ। ପରବର୍ତୀ ସମୟରେ ସେ ଦୋକାନରେ ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ ଓ କ୍ରିଷ୍ଣାକୁ ଏନେଇ ଖବର ଦେଇଥିଲେ। ତେବେ କେଉଁ କାରଣରୁ ପାଟିତୁଣ୍ଡ ହୋଇଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର