କୋରାପୁଟ: ସାଙ୍ଗାନ୍ନା ହାଇସ୍କୁଲ ବାର୍ଷିକ କ୍ରୀଡାରେ ଅଂଶ ଗ୍ରହଣ କଲେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରମହକୁମାର ସାଙ୍ଗାନ୍ନା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛିା ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କାଙ୍କ ପ୍ରତ୍ୟକ ତତ୍ୱାବଧାନାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡାରେ ମୁଖ୍ୟଅତିଥି ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଯୋଗଦେଇ କ୍ରୀଡା ପତ୍ତାକା ଉତ୍ତୋଳନ ଏବଂ କ୍ରୀଡାର ଶୁଭାରମ୍ଭ କରିଥିଲୋ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ, ମଙ୍ଗଳ ସଂ୍ରସାରଣ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲୋ ଶହେ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚଡିଆଁ, ଥାଳିଆ ଫିଙ୍ଗା, ଲୌହଗୋଳା ଫିଙ୍ଗା, ଅଖାଡିଆଁ, ମ୍ୟୁଜିକ ଚ୍ୟାୟାର, ଦଳଗତ କବାଡି, ଖୋକୋ, ଭଲିବଲ୍‌, ଧିର ସାଇକେଲ୍‌ ଚାଳନା ଭଲି ବିଭିନ୍ନ କ୍ରୀଡାରେ ୧୫୦ରୁ ଉର୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲୋ

ସଂଧ୍ୟାରେ ଉଦଯାପନୀ ସମାରୋହରେ ଏଡଡିପିଓ ତପନ ନାରାୟଣ ରଥ ଏବିଡିଓ ପ୍ରସନ୍ନ କୁମାର ଷଡଙ୍ଗୀ ଏବଂ ଆଇଆଇସି ଦେବକୁମାର ଗମାଙ୍ଗ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ସହ ପୁରଷ୍କତ କରିଥିଲୋ କ୍ରୀଡା ଶିକ୍ଷକ ଭୀମ ବେହେରା ଓ ନବଘନ ରାଉତ କ୍ରୀଡାକୁ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ରୋଜାଲିନ୍‌ ସ୍ୱାଇଁ, ଶିକ୍ଷକ ସପନ କୁମାର ଦୀକ୍ଷିତ, ମିଟୁ ପ୍ରଧାନ, ଆଦିତ୍ୟ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲୋ

ସମ୍ବନ୍ଧିତ ଖବର