ଜୟପୁର: ସ୍ଥାନୀୟ ରାଜୁସାହି ଅଞ୍ଚଳରୁ ଗତକାଲି ରାତିରେ ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ଚୋରି ହୋଇଥିବା ଘରର ମାଲିକ ରଘୁନାଥ ରଥ ଘରେ କେହି ନଥିବା ବେଳ ଚୋରି ହୋଇଥିବା ତାଙ୍କ ଭାଇ ପ୍ରଶାନ୍ତ କୁମାର ରଥ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ରଘୁନାଥ ଓ ତାଙ୍କ ପତ୍ନୀ ପ୍ରମିଳା ରଥ ଗତମାସ ୨୬ ତାରିଖରେ ପୁନେ ଠାରେ ରହୁଥିବା ସାନ ପୁଅ ନିକଟକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତମାନେ ବାରିପଟ କବାଟକୁ ଭାଙ୍ଗି ଘରେ ପଶିଥିଲେ। ଘର ଆଲମିରା ଭାଙ୍ଗି ସେଥିରେ ଥିବା ୩୦ରୁ ୩୫ ଗ୍ରାମର ସୁନା ଓ ନଗଦ ୮ରୁ ୧୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଆଜି ସକାଳେ ରଘୁନାଥଙ୍କ ଭାଇ ପ୍ରଶାନ୍ତ ଚୋରି ହୋଇଥିବା ଦେଖିବାକୁ ପାଇଲେ। ଏହାପରେ ଘର ଭିତରକୁ ଯାଇ ଦେଖିବା ବେଳେ ଆଲମିରା ଖୋଲାଥିବା ବେଳେ ଜିନିଷପତ୍ର ଫୋଫାଡି ହୋଇ ପଡିଥିଲା। ଏନେଇ ପ୍ରଶାନ୍ତ ଭାଇ ରଘୁନାଥଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ୨୧୭/୧୮ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳକୁ ଜୟପୁର ଏସ୍ଡିପିଓ ପ୍ରତ୍ୟୁଷ ଦିବାକର ଓ ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ ଯାଇ ତଦନ୍ତ କରିଛନ୍ତି।
ତାଲା ଭାଙ୍ଗି ଚୋରି
/sambad/media/post_attachments/wp-content/uploads/2018/08/jpr1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)