ତାଲା ଭାଙ୍ଗି ଦୋକାନରୁ ଚୋରି 

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପାରାବେଡା ବ୍ଳକ ଛକ ନିକଟସ୍ଥ ରମେଶ ଚନ୍ଦ୍ର ବେହେରାଙ୍କ ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବା ଥାନାରେ ଅଭିଯୋଗ ହେଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ରମେଶଙ୍କ କହିବାନୁଯାୟୀ, ଗତ ୧୮ ତାରିଖ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ପରଦିନ ସକାଳେ ଦୋକାନର ତାଲା ଭାଙ୍ଗିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଥିଲେ। ଏହାପରେ ଦୋକାନକୁ ଆସି ଦେଖିବା ବେଳକୁ ଦୁବର୍ତ୍ତମାନେ ଫ୍ରିଜ, ଲାମିନେସନ ମେସିନ୍‌, ପେପର ବଣ୍ଡଲ, ୫ହଜାର ଟଙ୍କା ସହିତ ବହୁ ସାମଗ୍ରୀ ଚୋରି କରିନେଇଥିଲେ। ଏନେଇ ରମେଶ ଜୟପୁର ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର