ଥାନା ହାଜତରେ ଆତ୍ମହତ୍ୟା କରିଲେ ଗଞ୍ଜେଇ ଚୋରାଚାଲାଣକାରୀ

ଜୟପୁର: କୋରାପୁଟ ଜିଲ୍ଲାରେ ଥାନା ହାଜତରେ ଜଣେ ଲୋକ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଥାନା ହାଜତରେ ଆତ୍ମହତ୍ୟା କରିଥିବା ଲୋକ ଜଣକ ଜଣେ ଗଞ୍ଜେଇ ଚୋରାଚାଲାଣକାରୀ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଜୟପୁର ସଦର ଥାନା ପାଖରେ ମାଲକାନଗିରିର ପାଡ଼ୁଅରୁ ରାଜସ୍ଥାନକୁ ଜଣେ ଲୋକ ପ୍ରଚୁର ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ୍  ପ୍ରାୟ ୮୫୦ କିଲୋ ପରିମାଣର ଗଞ୍ଜେଇ ସହ ଟ୍ରକ୍ ଜବତ କରିଥିଲା। ଏହି ମାମଲାରେ ପୁଲିସ୍  ଗୋପାଳରାମ ପାସଓ୍ବାନ୍ ନାମକ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲା। ଗତକାଲି ବିଳମ୍ବିତ ରାତିରେ ଗୋପାଳରାମ ପାସଓ୍ବାନ୍ ଥାନା ହାଜତରେ ନିଜେ ଘୋଡ଼ାଇ ହୋଇଥିବା କମ୍ବଳକୁ ଚିରି ସେଥିରେ ଫାସ ଲଗାଇ ଆତ୍ମହତ୍ୟା କରିଥିଲେ।

ଏହାପରେ ପୁଲିସ୍ ମୃତକ ଗୋପାଳରାମ ପାସଓ୍ବାନ(୪୮)ଙ୍କର କେରାପୁଟ୍ ମେଡିକାଲରେ ଶବ ବ୍ୟବଚ୍ଛେଦ କରିଛି। ପରିବାର ଲୋକେ ପହଞ୍ଚିଲେ ସେମାନଙ୍କୁ ଶବକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

ସମ୍ବନ୍ଧିତ ଖବର