ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କାଲିମେଳା: କାଲିମେଳା ସହର ଉପକଣ୍ଠରେ ନିର୍ମିତ ହେଉଥିବା ନୂତନ ଗ୍ରିଡ କାମରେ ନିୟୋଜିତ ଜଣେ କର୍ମଚାରୀଙ୍କ  ସଂଦେହ ଜନକ ଭାବେ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଭୁବନେଶ୍ୱର ପାତ୍ର ସାହି ଅନ୍ତର୍ଗତ ତାରିଣୀ ନଗର ଅଞ୍ଚଳର ଲଳିତ ମୋହନ ପାତ୍ର (୨୫) ବୋଲି ଜଣାପଡ଼ିଛି। ସେ ଗ୍ରୀଡ଼ର ନୂତନ କୋଠାରେ ରଂଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଆଜି କୌଣସି କାମରେ ନିକଟସ୍ଥ ଆମ୍ବାଗୁଡ଼ା ଗ୍ରାମକୁ ଯାଇଥିବା ବେଳେ ଗ୍ରାମ ପୋଖରୀରେ ତାଙ୍କର ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ସଂପର୍କରେ ଖବର ପାଇ କାଲିମେଳା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ କାଲିମେଳା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସଂପର୍କରେ ଓପିଟିସିଏଲ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ତାଙ୍କ ନିକଟରେ କିଛି ଖବର ନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ଉକ୍ତ ଯୁବକଙ୍କ ମୃତ୍ୟୁ ଆକସ୍ମିକ ନା’ ଏହାପଛରେ କିଛି ଷଡ଼ଯନ୍ତ୍ର ରହିଛି ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର