କୋରାପୁଟ: ଶିଶୁ ମୃତ୍ୟୁ ନେଇ କୁନ୍ଦୁଲି ହସ୍‌ପିଟାଲରେ ଉତ୍ତେଜନା

ପଟାଙ୍ଗୀ: ଶିଶୁ ମୃତ୍ୟୁ ନେଇ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ହସ୍‌ପିଟାଲରେ ବୁଧବାର ଉତ୍ତେଜନା ଦେଖାଯାଇଛି। ପରିବାର ଲୋକେ ହସ୍‌ପିଟାଲ ପରିସରରେ ଶିଶୁର ମୃତଦେହ ରଖି ବସିଛନ୍ତି। ସେମାନେ କହିଛନ୍ତି, ଡାକ୍ତରଙ୍କ ଭୁଲ ଔଷଧ ଯୋଗୁଁ ଶିଶୁ ପିଲାଟିର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଲେଞ୍ଜିଗୁଡ଼ା ଗାଁର ୧୬ ଦିନର ଅସୁସ୍ଥ ଶିଶୁକୁ ଆଜି ସକାଳୁ ହସ୍‌ପିଟାଲ ଅଣାଯାଇଥିଲା। ପରିବାର ଲୋକଙ୍କର ଅଭିଯୋଗ ଅନୁସାରେ ହସ୍‌ପିଟାଲରେ ଔଷଧ ଖାଇବାର ଅଳ୍ପ ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଶିଶୁଟିର ମୃତ୍ୟୁ କାହିଁକି ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର