ଲକ୍ଷ୍ମୀପୁର କାକିରିଗୁମା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନପାର ଗ୍ରାମପଞ୍ଚାୟତ ଅଧୀନସ୍ଥ ମାଳବାଉଁସ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଗାଁର ମୁକୁଲି ମିଣିଆକାଙ୍କ ପତ୍ନି ସଇତା ଦିଶାରି ନିଜ ୨ ବର୍ଷର ପୁଅ ବରୁଣ ମିଣିଆକୁ ଧରି ଗତକାଲି ଚାଷ ଜମିରେ ଘାସ ବାହାର କରୁଥିଲେ। ଦିନ ପ୍ରାୟ ୨ ଟା ସମୟରେ ହଠାତ୍ କିଛି ମହୁମାଛି ଆସି ବରୁଣ ଉପରେ ଅତର୍କିତ କାମୁଡ଼ି ଦେଇଥିଲେ, ବରୁଣ ଦେହରେ ଲାଗିଥିବା ମହୁମାଛି ତାଙ୍କ ମା ସଇତା ବାହାର କରିବା ସମୟରେ ତାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିବାରୁ ସେ ମଧ୍ୟ ଆହତ ହୋଇଛନ୍ତି।
ଖଵର ପାଇ ତାଙ୍କ ସ୍ବାମୀ ଓ ଗ୍ରାମବାସୀ ମିଶି ଉଭୟଙ୍କୁ କାକିରିଗୁମ୍ମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ୨ ବର୍ଷର ଶିଶୁ ବରୁଣର ମୃତ୍ୟୁ ହୋଇଥିଲା। ଆହତ ସଇତାଙ୍କୁ କାକିରିଗୁମା ରୁ ଲକ୍ଷ୍ମୀପୁର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଛି। ଆସନ୍ତାକାଲି ଶିଶୁଟିର ଶବକୁ ବ୍ୟବଚ୍ଛେଦ କରାଯିବା ପରେ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ମାଳବାଉଁସ ଗାଁ ଲକ୍ଷ୍ମୀପୁର ବ୍ଲକ ଅଧୀନରେ ରହିଥିଲେ ମଧ୍ୟ ତାହା ଦଶମନ୍ତପୁର ଥାନା ଅଧୀନରେ ଆସୁଥିବା କାରଣରୁ ସେଠାରେ ମାମଲା ରୁଜୁ ହୋଇ କାଗଜପତ୍ର ଆସିଲେ ଆଜି ଶବ ବ୍ୟବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଏକମାତ୍ର ଶିଶୁପୁତ୍ରକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି।ଗରିବ ଆଦିବାସୀ ପରିବାର ହୋଇଥିବା କାରଣରୁ ସରକାର କିଛି ଆର୍ଥିକ ସାହାଯ୍ୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ମହୁମାଛି ଆକ୍ରମଣରେ ଶିଶୁପୁତ୍ର ମୃତ, ମା ଆହତ
/sambad/media/post_attachments/wp-content/uploads/2021/09/9299393a-2c6f-420a-aebb-a90c097ff768.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)