କୋରାପୁଟ: ଭାରତବର୍ଷକୁ ଆଠଟି ଚିତା ବାଘ ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଫାଟୁସିନେରୀ, ହରମାଣ୍ଡିଙ୍ଗି ଓ ଫଗୁଣଶିନେରି ନିକଟ ଆନ୍ଧ୍ର ପ୍ରଦେଶର ସୀମା ମଧ୍ୟରେ ଗତ କିଛିଦିନ ଧରି ଗୋଟିଏ ମହାବଳ ବାଘ ଆତଙ୍କ ଖେଳାଇଚାଲିଛି। ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ଏହି ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ବୁଲି ଏ ପର୍ଯ୍ୟନ୍ତ ବାଘର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦୁଇଟି ଗାଈର ମରଶରୀର ପାଇଥିବା ବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ଜାଣିବାକୁ ପାଇଛନ୍ତି। ଆନ୍ଧ୍ର ବନବିଭାଗ ଅଧିକାରୀ ଏହି ବାଘର ପଞ୍ଝାର ଚିହ୍ନକୁ ପରଖି ଏହା ୧୨ ସେଣ୍ଟିମିଟର୍ ବୋଲି ଜାଣିବାକୁ ପାଇଛନ୍ତି।
/sambad/media/post_attachments/wp-content/uploads/2022/09/5115a68b-a44e-4c5e-b9c4-1ed7d9801a94.jpg)
ତେବେ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପାହାଡ଼ରେ ମହାବଳ ବାଘ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦା ହାଟ ଅଞ୍ଚଳ ସୀମାରେ ଥିବା କୋଟିଆ ପଞ୍ଚାୟତର ଗ୍ରାମଗୁଡିକରେ ଓଡ଼ିଶା ବନ ବିଭାଗ ଏ ସଂକ୍ରାନ୍ତରେ ସକ୍ରିୟ ହୋଇନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଥିବା ଅଭିଯୋଗ ହୋଇଛି। ତୁରନ୍ତ ଓଡ଼ିଶା ବନ ବିଭାଗ ମଧ୍ୟ ବାଘର ସମ୍ଭାବ୍ୟ ପ୍ରବେଶ ଉପରେ ନଜର ରଖି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ec5c7038-c23d-4133-9631-af96ab1b97e3.jpg)