କିନ୍ନରଙ୍କ ଅବସ୍ଥା ଶୋଚନୀୟ: ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ଗାଡ଼ି ଅଟକାଇ ମାଗି ଯାଚି ବଂଚୁଛନ୍ତି

ଜୟପୁର: ଲକଡାଉନ୍ ଯୋଗୁଁ ବିଭିନ୍ନ ବର୍ଗ ପ୍ରଭାବିତ ହୋଇଛନ୍ତି। ଏଥିରେ ସହରରେ ଥିବା କିନ୍ନର ମାନେ ବେଶି ପ୍ରଭାବିତ ହୋଇଛନ୍ତି। ଏବେ ଏମାନେ ଭୋକ ଉପବାସରେ ଦିନ କାଟୁଛନ୍ତି। କରୋନା ସଂକ୍ରମଣର ଭୟ ରହିଥିଲେ ହେଁ ନିଜ ପେଟକୁ ପୋଷିବା ପାଇଁ ଏମାନେ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥର ଉମୁରୀ ରେଲୱେ ବ୍ରିଜ୍ ଓ ଜୟପୁର-ମାଲକାନଗିରୀ ରାସ୍ତାରେ ପାତ୍ରପୁଟ ବ୍ରିଜ୍ ନିକଟରେ ସବୁ ଗାଡ଼ିକୁ ଅଟକାଇ ମାଗି ଯାଚି ଯାହା ମିଳୁଛି ତାହାକୁ ଆଣି ଚଳୁଥିବା କିନ୍ନର ମାନେ କହିଛନ୍ତି।
ସାମଜରେ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ତତ୍କାଳୀନ ଉପଜିଲ୍ଲାପାଳ ଆଇଏସ ଅଧିକାରୀ ଚକ୍ରବର୍ତ୍ତୀ ସିଂ ରାଠୋର ଜୟପୁର ଉପଖଣ୍ତ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ଭାବେ ଏମାନଙ୍କୁ ନିଯୁକ୍ତି ଦେଇଥିଲେ । ଯାହା ଦ୍ୱାରା ସେମାନେ ଚଳି ଆସୁଥିଲେ। ଗତ ବର୍ଷ ଏମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସୁରକ୍ଷା କର୍ମୀରୁ ଅନ୍ତର କରାଯାଇଛି। ସଂପ୍ରତି ଏମାନେ କଷ୍ଠମଷ୍ଠେ ଚଳିବା ସହ ଭୋକ ଉପବାସରେ ଦିନ ଅତିବାହିତ କରୁଛନ୍ତି। କରୋନା ଆସିବା ପର ଠାରୁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟୀନୟ ହୋଇ ପଡିଥିଲା। ଏଭଳିକି ଏମାନେ ପୁନଃନିଯୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ବି ଅବଗତ କରିଥିଲେ। ତେବେ କେହି ବି ଏମାନଙ୍କ ଦୁଃଖ ଦୁର କରୁ ନାହାନ୍ତି ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧିତ ଖବର