ଜୟପୁର: ଦୁର୍ଘଟଣାରେ ଦୁଇ ଯୁବକ ଚାଲିଗଲେ। ଖବର ଗାଁରେ ପ୍ରଚାର ହେଲା। ଘରେ କାନ୍ଦବୋବାଳି ପଡ଼ିଲା। ଏକାଥରେ ଦୁଇଟି କୋକେଇରେ ଶବ ବୁହାହେଲା। ପରିବାର ଲୋକେ କାନ୍ଧ ଦେବା ସହ ସାରା ଗାଁ ଲୋକେ ଶବଯାତ୍ରାରେ ବାହାରିଲେ। ଗାଁ ମୁଁଣ୍ଡର ମହିଳାମାନେ ଅଟକିଗଲେ। ପୁରୁଷମାନେ ଶ୍ମଶାନଯାଇ ଅନ୍ତିମ ସଂସ୍କାର କରି ଫେରିଲେ। ପରିବାର ଲୋକେ ପିତା ଖାଇଲେ। କିନ୍ତୁ ଏସବୁ ଘଟଣା ଘଟୁଥିଲା ପ୍ରତୀକାତ୍ମକ ଭାବେ। କାଉ ମିଳନ ଦେଖିଲେ ଏମିତି ପ୍ରତିକାତ୍ମକ ଭାବେ ସୁଦ୍ଧିକ୍ରିୟା କରିବାର ପରମ୍ପରା ରହିଛି ଆଦିବାସୀ ସମ୍ପ୍ରଦାୟରେ। ଏଭଳି ଏକ ଘଟଣା ମଙ୍ଗଳବାର ଦିନ ଦେଖିବାକୁ ମିଳିଥିଲା କୋରାପୁଟଜିଲ୍ଲା ଅନ୍ତର୍ଗତ ଜୟପୁର ବ୍ଲକର ରଣ୍ଡାପାଲ୍ଲି ପଞ୍ଚାୟତର ପାତ୍ରଗୁଡ଼ା ଗାଁରେ। କାଉ ମିଳନ ଦେଖିଲେ ଅତି ଅଶୁଭ ବୋଲି ଆଦିବାସୀ ସମାଜ ମଧ୍ୟରେ ଅନ୍ଧବିଶ୍ବାସ ରହିଛି। ପରିବାରକୁ ଅଜଣା ବିପଦ ମାଡିବସେ ବୋଲି ସେମାନେ ଭୟଭୀତ ହୋଇପଡ଼ନ୍ତି।
ସୂଚନା ଅନୁସାରେ ପତ୍ରଗୁଡ଼ା ଗ୍ରାମର ମୀନା ଜାନୀ ଓ ଧବଲୁ ଜାନୀ ଗୁପ୍ତେଶ୍ବର ପୀଠକୁ ବୋଲବମ୍ ଯାତ୍ରାରେ ଯାଇଥିଲେ। ଫେରିଲା ପରେ ଭୋଗ ଦେବେ ବୋଲି ଉମରୀର ଆଶ୍ରମ ବିଦ୍ୟାଳୟର ପିଲାମାନଙ୍କୁ ପାଖକୁ ଯାଇଥିଲେ। ସେଠାରେ ସେମାନେ ଏକ କାଉ ମିଳନ ଦେଖିଲେ। ଏହି ଘଟଣା ସମ୍ପର୍କରେ ଭେଣେଇକୁ କହିବା ପରେ ସେ ପରଜା ସମ୍ପ୍ରଦାୟର ପରମ୍ପରା ଅନୁସାରେ କାମ କରିବାକୁ ସ୍ଥିର ହୋଇଥିଲା। ଦୃଶ୍ୟ ଦେଖିଥିବା ଦୁଇ ଯୁବକଙ୍କୁ ଗାଁକୁ ଫେରିବାକୁ ବାରଣ କରାଯାଇଥିଲା। ଗାଁ ସହ ବନ୍ଧୁ ବାନ୍ଧବ ମଧ୍ୟରେ ଦୁଇ ଯୁବକଙ୍କ ଉମରୀଠାରେ ବାଇକ୍ ଦୁର୍ଘଟଣାରେ ମୃତ ହୋଇଥିବା ମିଛ ଖବର ପ୍ରସାରଣ କରାଗଲା। ଆଖପାଖର ସମ୍ପର୍କୀୟମାନେ ଦୌଡ଼ି ଆସିଲେ। ସତରେ ମୃତ୍ୟ ହେଲେ ଯେମିତି ଶୁଦ୍ଧିକ୍ରିୟା କରାଯାଏ କରାଗଲା। ସମସ୍ତ ଆଦିବାସୀ ପରମ୍ପରା, ରୀତିନୀତି ଅନୁସାରେ ଉଭୟଙ୍କ ପୁତ୍ତଳିକାକୁ କୋକେଇରେ ସଜାଇ ଶଶ୍ମାନକୁ ନିଆଯାଇଥିଲା। ସେଠାରେ ଶବ ସତ୍କାର କରାଗଲା। ଘରକୁ ଫେରି ପରିବାର ଲୋକେ ପିତା ବି ଖାଇଲେ। ଭୋଜିଭାତ ପରେ ସେ ଦୁଇଜଣ ଯୁବକଙ୍କୁ ଘରକୁ ଯିବାକୁ ମିଳିଲା ଅନୁମତି।
ଆଧୁନିକ ଯୁଗରେ ମଧ୍ୟ ଆଦିବାସୀଙ୍କ ମଧ୍ୟରେ ଏଭଳି ଅନ୍ଧବିଶ୍ବାସ ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ବିରଳତମ ଘଟଣା ନୁହେଁ। ନିୟମିତ ଭାବେ ଏଭଳି ପ୍ରତିକାତ୍ମକ ଶୁଦ୍ଧି କ୍ରିୟା ବିଭିନ୍ନ ଗ୍ରାମରେ ଚାଲିଛି। ନାରାୟଣ ଗାଦବା ମଧ୍ୟ ୩୦ବର୍ଷ ତଳେ ଏଭଳି କାଉ ମିଳନ ଦେଖିବା ପରେ ଏଭଳି ପ୍ରିକ୍ରିୟା ଦେଇ ଗତି କରିଥିଲେ। ଏମିତି ନକେଲେ ଘରକୁ, ଗାଁକୁ ବିପଦ ଆସେ। ପରିବାର ଲୋକେ ଅସୁସ୍ଥ ହୋଇ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଥିବା ଶ୍ରୀ ଗାଦବା କରିଥିଲେ। ସେହିପିରି ସ୍ବେଚ୍ଛାସେବୀ ସୋମନାଥ ମହାନ୍ତି ୪୦ବର୍ଷ ତଳେ ଜୟପୁର କଂଗ୍ରେସ ଭବନ ନିକଟରେ ଥିବା ଏକ ଗ୍ୟାରେଜ୍ରେ କାଉ ମିଳନ ଦେଖିଥିଲେ। ସେଠାର ଥିବା ମେକାନିକ ଅନୁରୂପ ଭାବେ ଶୁଦ୍ଧିକ୍ରିୟା କରିବା ସହ ଶ୍ରୀ ମହାନ୍ତିଙ୍କୁ ଅନୁରୂପ ଭାକେ କରିବାକୁ କହିଥିଲେ। କିନ୍ତୁ ସେ କରି ନଥିଲେ। ଏବଂ ୪୦ବର୍ଷ ମଧ୍ୟରେ ତାଙ୍କର କିମ୍ବା ତାଙ୍କ ପରିବାର କୌଣସି କ୍ଷତି ହୋଇଥିବାରୁ ଏଭଳି ଅନ୍ଧବିଶ୍ବାସଠାରୁ ଆଦିବାସୀ ଦୂରେଇବା ପାଇଁ ସେଚେତନତାର ଆବଶ୍ୟକତା ଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/31/new-project-29-2025-07-31-19-56-54.jpg)