ପିଅନ ଚାକିରି ପାଇଁ ସ୍କୁଲରେ ପୁଣି ତାଲା ପକାଇଲେ ଆଦିବାସୀ ପରିବାର, ଥାନାରେ ଦ୍ୱାରସ୍ତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗ୍ରାମପଞ୍ଚାୟତର ଡୁମୁରିପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପୁଣି ସେହି ଆଦିବାସୀ ପରିବାର ତାଲା ପକାଇ ରଖିଥିଲୋ ଏକ ଆଦିବାସୀ ପରିବାରର ସମସ୍ତ ସଦସ୍ୟ ଯୋରଜବର ଦସ୍ତ ଚଳିତ ମାସ ୧ ତାରିଖ ତାଲା ପକାଇ ଦେଇଥିଲୋ ସ୍କୁଲ ଭିତରକୁ ଯିବା ସକାଶେ ଗେଟ୍‌ ସମ୍ମୁଖ ରାସ୍ତାରେ ଶହ ଶହ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ସୃଂକ୍ତ ପରିବାର ବିନା ପିଅନ ଚାକିରିରେ ସ୍କୁଲ ଭିତରକୁ ଯିବା ସକାଶେ କାହାରିକୁ ଛଡିଯିବ ନାହିଁ ବୋଲି ପ୍ରକାଶ କରିଥିଲେ । ପ୍ରାୟ ଏକଘଣ୍ଟା ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ବୁଝା ସୁଝା କରିବା ପରେ ବିଦ୍ୟାଳୟ ଗେଟ୍‌ରୁ ତାଲା ଖୋଲାଯାଇଥିଲାା

ସୂଚନା ମୁତାବକ ଡୁମୁରିପଦର ଗାଁ ରାସ୍ତା କଡରେ ଥିବା ଖାତା ନମ୍ବର ୪୦, ପ୍ଲଟ ନମ୍ବର ୨୩୮ରେ ଥିବା ୪୯ସେଣ୍ଟମିଟର ଜମି ଗିରିଧର ହିକକାଙ୍କ ଜେଜେବାପା ନାମରେ ବର୍ତମାନ ସୁଧା ରହିଛି,ଏପରିକି ୩୫ ସେଣ୍ଟ ଜମିରେ ୧୯୫୦ ମସିହାରୁ ସ୍କୁଲ ନିର୍ମାଣ ହୋଇଥିବା ବେଳେ ସ୍କୁଲକୁ ଲାଗି ବଳକା ୧୪ସେଣ୍ଟ ଜମିରେ ଗିରିଧର ଓ ତାଙ୍କ ଭାଇଭଗାରି ରହିଆସୁଛନ୍ତିା ଉକ୍ତ ସ୍କୁଲ ଜମି ସରକାରଙ୍କୁ ଦାନ ସୁତ୍ରରେ ଦିଆଯାଇଛି ନା ବିକ୍ରୟ କରାଯାଇଛି ସେସମନ୍ଧରେ ବିଦ୍ୟାଳୟ ପାଖରେ କିଛି ଦସ୍ତାବିଜ୍‌ ନଥିବା ବେଳେ ଗିରିଧର ତାଙ୍କ ଜମି କୌଣସି ସୁତ୍ରରେ ପ୍ରଦାନ କରାଯାଇନାହିଁ, ଯଦି ବି ସ୍କୁଲ ନିର୍ମାଣ କରାଯାଇଛି ତାହେଲେ ତାଙ୍କର ଆପତ୍ତି ରହିଛିକି ତାଙ୍କ ପତ୍ନି କୁନି ହିକକାଙ୍କୁ ପିଅନ ଚାକିରିରେ ରଖାଯାଉ ବୋଲି ସେ ବାରମ୍ବାର ଅଭିଯୋଗ କରିଛନ୍ତିା ଏପରିକି ଗତ ଜୁଲାଇ ୨ ତାରିଖରେ ହୋଇଥିବା

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସେ ଏନେଇ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କୁ, ଏପରିକି ସେ ଖୋଲାଖୋଲି ଦର୍ଶାଇଥିଲେ କୌଣସି ପ୍ରକାରେ ତାଙ୍କ ପରିବାରର ସଦସ୍ୟକୁ ନୂତନ ଭାବେ ତିଆରି ହୋଇଥିବା ହଷ୍ଟେଲ୍‌ରେ ତାଙ୍କ ପରିବାରର ସଦସ୍ୟକୁ ଚାକିରି ପ୍ରଦାନ କରାନଗଲେ ସେ ବିଦ୍ୟାଳୟରେ ୭ ଦିନ ମଧ୍ୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲୋ ଇତି ମଧ୍ୟରେ ମାସେ ବିତିଗଲା କିନ୍ତୁ ତାଙ୍କୁ କୌଣସି ପ୍ରକାରେ ସୁଫଳ ମିଳିବା ପରିବର୍ତେ ଗାଁର ଲଳିତା ହିକକା ଓ ଯଲି ହିକକାଙ୍କୁ ହଷ୍ଟେଲର ରୋଷେୟା ଓ ପିଅନ ଭାବେ ଅସ୍ଥାୟୀ ନିଯୁକ୍ତି ମିଳିଥିବା କାରଣରୁ ସେ ଗତ ବୁଧବାର ସ୍କୁଲରେ ତାଲା ପକାଇଥିଲୋ

ସମ୍ବନ୍ଧିତ ଖବର