ଭୁବନେଶ୍ୱର-କଟକ ବୁଲିଲେ କୋରାପୁଟ ଜିଲ୍ଲାର ୬୫ ଜଣ ଜନଜାତି ସଦସ୍ୟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରୁ ୬୫ ଜଣ ଜନଜାତି ସଦସ୍ୟ ତିନି ଦିନିଆ ରାଜ୍ୟ ପରିଭ୍ରମଣରେ ଭୁବନେଶ୍ୱର ଓ କଟକ ବୁଲିଛନ୍ତି। ସରକାରଙ୍କ ଦ୍ୱାରା ଉପଲବ୍ଧ ସ୍ୱତନ୍ତ୍ର ବସ୍‌ରେ ୧୩ଟି ପଞ୍ଚାୟତରୁ ଏମାନଙ୍କୁ କଟକ ଓ ଭୂବନେଶ୍ୱର ବୁଲାଇ ଆଣିବାର ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩ଶହ ସଦସ୍ୟ ପରିଭ୍ରମଣରେ ସାମିଲ ହୋଇଥିବା ଜଣାପଡିଛି।

ବ୍ଲକର ପ୍ରତ୍ୟକ ପଞ୍ଚାୟତର ୫ଜଣ ଲେଖାଏ ଜନଜାତି ସଭ୍ୟକୁ ପରିଭ୍ରମଣରେ ନିଆଯାଇଥିବା ବେଳେ ବ୍ଲକ ମଙ୍ଗଲ ସଂପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଦାୟିତ୍ୱରେ ରହିଛନ୍ତିା ଆଇଟିଡିଏ ବିଭାଗ ତରଫରୁ ଏହି ସୁଯୋଗ ଅଞ୍ଚଳର ଜନଜାତିଙ୍କ ସକାଶେ କରାଯାଇଥିବା ଜଣାପଡିଛିା ସୋମବାର ସଂଧ୍ୟାରେ ଏମାନେ ବାହାରିଥିବା ବେଳେ ଗୁରୁବାର ଦିନ ଫେରିବେ ବୋଲି କୁହାଯାଇଛିା

ସମ୍ବନ୍ଧିତ ଖବର