ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରାଜନ ପଣସଗୁଡା ଗାଁର ଜଣେ ବିବାହିତା ଆଦିବାସୀ ମହିଳାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ତେବେ ମହିଳାଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।  ପୁଲିସ ମୃତକଙ୍କ ସଂପର୍କୀୟ ଦିଅରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

ସୂଚନା ଅନୁଯାୟୀ, ରାଜନ ପଣସଗୁଡା ଗାଁର ୩୫ବର୍ଷୀୟା ବିବାହିତା ଆଦିବାସୀ ମହିଳା ଗତ ବୁଧବାର ଦିନ ଖାଲକଣା ସ୍ଥିତ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ପୂର୍ବରୁ ହିଁ ଖାଲକଣା ସ୍ଥିତ ଶ୍ୱଶୁର ଘରକୁ ଯାଇଥିବା ସଂପର୍କୀୟ ଦିଅରଙ୍କ ସହ ଗୁରୁବାର ଦିନ ଦୁହେଁ ଖାଲକଣା ଗାଁ ଛାଡିଥିଲେ। ଗାଁ ଅଭିମୁଖେ ଯାଉଥିବା ସମୟରେ ରାସ୍ତାରେ ଜଣେ ଅଜଣା ବ୍ୟକ୍ତି ସଂପର୍କୀୟ ଦିଅରଙ୍କୁ ଆକ୍ରମଣ କରି ମହିଳାଙ୍କୁ ଅପହରଣ କରି ନେଇଥିଲା। ଆହତ ସଂପର୍କୀୟ ଦିଅର କୌଣସି ପ୍ରକାର ଗାଁକୁ ଫେରି ଘଟଣା ସଂପର୍କରେ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଆଜି ସକାଳେ ମହିଳାଙ୍କ ଉଲଗ୍ନ ତଥା ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ଶବ ଦାନାଗୁଡା ନିକଟସ୍ଥ ମେଦ୍ରାପାଇ ପଡିଆ ରାସ୍ତା କଡ ଗୋଟିଏ ମହୁଲ ଗଛ ପାଖରେ ପଡିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର