ଗଞ୍ଜେଇ ଚାଲାଣ ମାମଲା: ପୁଣି ଦୁଇ ଜଣ ଗିରଫ, ଟ୍ରାଭେରା-କାର୍‌ ଜବତ

ଲକ୍ଷ୍ମୀପୁର(କୋରାପୁଟ): ଚଳିତ ମାସ ୧୧ ତାରିଖ ଦିନ ଲମତାପୁଟ୍‌ ଅଞ୍ଚଳରୁ ଏକ ଦଶିଚକିଆ ଟ୍ରକରେ ଅତି ଚତୁରତାର ସହ ଉତ୍ତର ପ୍ରଦେଶ କୁ ୮୬୫ କେଜି (୧୩୦ ପ୍ୟାକେଟ)ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଲକ୍ଷ୍ମୀପୁର ପୁଲିସ ଦ୍ୱାରା ଧରା ପଡିଥିଲାା ଏହି ମାମଲାରେ ପୁଲିସ ପ୍ରଥମେ ଗାଡିର ହେଲପର୍‌ ସହ ମୁଖ୍ୟ ବ୍ୟବସାୟୀ ଏପିଆର୍‌ କନଷ୍ଟେବଳ ଭଗବାନ ଖିଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଟ୍ରକ ମାଲିକ ତଥା ଡ୍ରାଇଭର ଫେରାର୍‌ ହୋଇଯାଇଥିଲାା

ଏହି ଘଟଣାରେ ବୁଧବାର ଜଣେ ଏପିଆର୍‌ ପୁଲିସ୍‌ କନଷ୍ଟେବଳ ହରେକ୍ରୀଷ୍ଣା ଚେଟି ଓରଫ କ୍ରୀସ୍‌କୁ ଗିରଫ କରି କୋର୍ଟ ଚାଲାଣ କରଥିବା ବେଳେ ଗୁରୁବାର ପୁଣି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛିା ଗିରଫଙ୍କ ମଧ୍ୟରେ ସୁକାନ୍ତ ଖରା ଓ ଡମୁରୁ ଦିଆରି ରହିଥିବା ବେଳେ ସେମାନଙ୍କ ଘର ଲମତାପୁଟ । ସେମାନେ ଉଭୟେ ଗଞ୍ଜେଇ ଗାଡିକୁ ରାଜ୍ୟ ବାହାର ପର୍ଯ୍ୟନ୍ତ ସୁରକ୍ଷା ଦେଇ ପାର କରିବାରେ ସହଯୋଗ କରୁଥିଲେ ବୋଲି ଏସଡିପିଓ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି । ସେମାନେ ବ୍ୟବହାର କରୁଥିବା ଏକ ଟ୍ରାଭେରା ଗାଡି ସହ ଦୁଇଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଛିା

ସମ୍ବନ୍ଧିତ ଖବର