କୋରାପୁଟ: ନାବାଳକଙ୍କୁ ଅପହରଣ ଓ ଟଙ୍କା ମାଗିବା ଘଟଣାରେ ଦୁଇଜଣଙ୍କୁ କୋରାପୁଟ ଟାଉନ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ଏକ ମୋଟର ସାଇକେଲ୍ ଜବତ ହୋଇଛି।
ଗିରଫ ଅଭିଯୁକ୍ତ ହେଲେ ଅର୍ପିତ ନାୟକ(୧୯) ଓ ସୁମିତ କୁମାର ସୁନା(୧୮)। ଏଦୁହେଁ କୋରାପୁଟ ପବ୍ଲିକ୍ ସ୍କୁଲର ନବମ ଶ୍ରେୀଣୀର ଛାତ୍ର ସୌମ୍ୟ ଦାସ(୧୫)ଙ୍କୁ ଅପହରଣ କରି ଥିଲେ। ଏନେଇ ମୋନିକା ଦାସ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅନୁସନ୍ଧାନ ଚଳାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।