୨ବାଇକ୍‌ ମୁହାଁମୁହିଁ, ଦୁଇ ଗୁରୁତର

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବଡଦେବତା ମନ୍ଦିର ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁରତଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପାଡୁଆ ଥାନା ଅନ୍ତର୍ଗତ ଡାଙ୍ଗବିର ଗ୍ରାମର ନାନାରାଓ ବଡନାୟକ ଏକ ବାଇକ୍‌(ଓଡି ୧୦ସି ୬୪୩୬) ଯୋଗେ ଆଜି ଅପରାହ୍ନରେ ପାଡୁଆରୁ ନିଜ ଘରକୁ ଫେରୁଥିଲେ। ତେବେ ବଡଦେବତା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ଓ ନାନାରାଓଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ନାନାରାଓଙ୍କ ସହ ଅନ୍ୟ ବାଇକ୍‌ରେ ଥିବା ଡୁରୁବା ଗ୍ରାମର ବୁଦୁରାମ ଗୋଲରୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ପାଡୁଆ ଓ ପରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପାଡୁଆ ଥାନା ଏସ୍‌ଆଇ ଏସ.କେ ସାହୁ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର