ନାରାୟଣପାଟଣାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି। ଡୁମସିଲ୍ ଗାଁ ପାଖ କୁଡ଼ଇା ନିକଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ଯୁବକ ଡୁମସିଲ୍ ଗାଁର ହୋଇଥିବାବେଳେ ଯୁବତୀଙ୍କ ଘର ପାଖ ଏକ ଗାଁର ବୋଲି ଜଣ ପଡ଼ିଛି। ମୃତ ଯୁବତୀଙ୍କ ପାଟିରୁ ଫେଣ ବାହାରୁଥିବାରୁ ହତ୍ୟା କରାଯାଇଥିବା  ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ  ନାରାୟଣପାଟଣା ଥାନା ପୁଲିସ ପହଞ୍ଚି ଛାନଭିନ କରୁଛି। ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର