କାଲିମେଳା: ଆନ୍ଧ୍ରପ୍ରଦେଶର ଅନ୍ତର୍ଗତ ଚିନ୍ତୁର ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ କାଲିମେଳାର ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିଯୋଗୁଁ କାଲିମେଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କାଲିମେଳା ବସଷ୍ଟାଣ୍ଡ ନିକଟରେ ଥିବା କୋଣ୍ଡାରେଡ଼ି ଛାତ୍ରାବାସରେ ଶିକ୍ଷକତା କରୁଥିବା ଏନ. ରାମା ରାଓ (୩୨) ଓ କାଲିମେଳା ବଜାରରେ ମୋବାଇଲ ଦୋକାନ କରିଥିବା ଲିକୁ ମଣ୍ଡଳ(୨୮) ଭଦ୍ରାଞ୍ଚଳମରୁ ବାଇକ ଯୋଗେ କାଲିମେଳା ଫେରୁଥିଲେ। ଚିନ୍ତୁର ନିକଟରେ ରାତି ୯ଟା ପରେ ସେମାନଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ରାମା ରାଓଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଦୁଇଟିଯାକ ଗୋଡ଼ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଶବ ଠାରୁ ଅଳ୍ପ ଦୂରରେ ବାଇକ (ଓଡ଼ି ୩୦ବି ୩୧୬୫), ହେଲମେଟ ଓ ଗୋଟିଏ ବ୍ୟାଗ ପଡ଼ିଥିଲା। ଏକ ଅଜଣା ଗାଡ଼ି ଦୁଇ ଜଣଙ୍କୁ ଧକା ଦେଇ ପଳାଇଥିବା ଅନୁମାନ କରାଯାଉଛି। ରାମା ରାଓଙ୍କ ଘର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଆଲୁରକୋଟା ଗ୍ରାମରେ। ସେ ଦୀର୍ଘ ୮ବର୍ଷ ହେଲା କାଲିମେଳାରେ ଥିବା କୋଣ୍ଡାରେଡ଼ି ଛାତ୍ରବାସରେ ସ୍ୱେଚ୍ଛାସେବୀ ଭାବେ ଶିକ୍ଷକତା କରିଆସୁଥିଲେ। ତାଙ୍କର ଗୋଟିଏ ପୁଅ ଥିବା ଜଣାପଡ଼ିଛି। ମୃତ ଲିକୁ ମଣ୍ଡଳଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତର ଏମଭି-୬୮ ଗ୍ରାମରେ। ସେ କାଲିମେଳାରେ ମୋବାଇଲ ଦୋକାନ କରିଥିଲେ। ଖବର ପାଇ ଦୁଇ ପରିବାରର ସଦସ୍ୟ ଘଟଣା ସ୍ଥାଳକୁ ଯାଇ ଶବକୁ ଆଣିଥିବା ଏହି ଘଟଣା ପରେ କାଲିମେଳାରେ ଶୋକର ଛାୟା ଖେଳିଯାଇଛି।
ଚିନ୍ତୁରରେ ସଡ଼କ ଦୁର୍ଘଟଣା, କାଲିମେଳାର ୨ମୃତ
/sambad/media/post_attachments/wp-content/uploads/2018/01/jpr25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)