କୋରାପୁଟ: ନିଅାଁ ଉମାଇରେ ପଡ଼ିଗଲା ୨ ମାସର ଶିଶୁ ପୁତ୍ର, ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ମଙ୍ଗଳବାର ଜଣେ ୨ ମାସର ଶିଶୁ ପୁତ୍ର ନିଅାଁ ଉମାଇରେ ପଡ଼ିଯିବାରୁ ଗୁରୁତର ହୋଇଥିବା ସୂଚନା ମିଳିଛି। କୁଟିଙ୍ଗା ଗ୍ରାମପଞ୍ଚାୟତର ଧାମନଗଣ୍ଡା ଗାଁର ଜଣେ ଆଦିବାସୀ ପରିବାରର ୨ ମାସର ଶିଶୁ ନିଆଁରେ ପୋଡି ଗୁରୁତର ଆହତ ହୋଇଛି।

ଖବର ମୂତାବକ ୨ ମାସର ଶିଶୁର ମା’ ବର୍ଷା ପାଗ ଯୋଗୁଁ ନିଜ ଘରେ ଉମାଇ(ମାଟିପାତ୍ର)ରେ ନିଆଁ ଲଗେଇ ଖଟ ତଳେ ରଖିବା ସହ ଶିଶୁଟିକୁ ଖଟ ଉପରେ ଶୁଆଇ ଦେଇଥିଲେ। ଶିଶୁଟି ଶୋଇଥିବା କାରଣରୁ ମା’ ଅନ୍ୟ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଶିଶୁ କେତେବେଳେ ଉଠିପଡି ନିଆଁ ଉମେଇ ଉପରେ ପଡି ଯାଇଥିଲା।

ଚିତ୍କାର ଶୁଣି ମା’ ନିଜେ ଆସି ଶିଶୁ ଟିକୁ ଉମାଇରୁ କାଢି ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଆଶିଷ ନୀଳମାଧବ ପ୍ରାଥମିକ ଚିକିତ୍ସା କରିବା ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ଅବସ୍ଥା ଗୁରୁତର ରହିଛି । ତା’ର ଦେହ ଅର୍ଦ୍ଧାଧିକ ସ୍ଥାନ ପୋଡି ଯାଇଛି।

ସମ୍ବନ୍ଧିତ ଖବର