କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଚଟୱା ଏବଂ ଜୋଲାପୁଟ ସୀମାରେ ୧୯୧ କିଲୋଗ୍ରାମ୍ ୭୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ନନ୍ଦପୁର ଉପଖଣ୍ଡ ଅଧୀନରେ ପାଡ଼ୁଆ ଥାନା ଅଞ୍ଚଳରୁ ୮୮ କିଲୋଗ୍ରାମ୍ ଓ ମାଛକୁଣ୍ଡ ଥାନା ଅଞ୍ଚଳରୁ ୧୦୩ କିଲୋଗ୍ରାମ ୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଆନ୍ଧ୍ର- ଓଡ଼ିଶା ସୀମାରେ ନାକାବନ୍ଦୀ କରାଯାଇ ଚେକ୍ ପୋଷ୍ଟରେ ଏକ ଅଟୋରୁ ୮୮ କିଲୋଗ୍ରାମ ଗଞ୍ଜେଇ ଜବତ ଜବତ କରାଯାଇଛି। ଏଣେ ମାଛକୁଣ୍ଡ ପୁଲିସ ଏକ ବୋଲେରୋରୁ ୧୦୩ କିଲୋଗ୍ରାମ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଉଭୟ ମାମଲାରେ ଅଭିଯୁକ୍ତ ଡ୍ରାଇଭର କୁହୁଡ଼ି ଏବଂ ଘଞ୍ଚ ଜଙ୍ଗଲର ସୁବିଧା ନେଇ ପଳାଇବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ଏନେଇ ଦୁଇଟି ମାମଲା ରୁଜୁ ହୋଇଛି।