ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ରେଲୱେ ବ୍ରିଜ୍ର ରେଳଧାରଣା ନିକଟରୁ ଏକ ଅଜଣା ବ୍ୟକ୍ତିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛିା ସୂଚନା ମୁତାବକ ଶନିବାର ରାତିରେ ରେଲୱେ ଟ୍ରାକ୍ ଡ୍ୟୁଟିରେ ଥିବା ଗ୍ୟାଙ୍ଗ୍ ମ୍ୟାନ ମାନେ ପେଟ୍ରୋଲିଂ କରୁଥିବା ବେଳେ ପାଖାପାଖି ସାଢେ ୧୦ଟାରେ ରେଳ ଧାରଣା କଡରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଯୁବକର ମୃତଦେହ ଦେଖି ଲକ୍ଷ୍ମୀପୁର ଷ୍ଟେଷନ ମାଷ୍ଟରଙ୍କୁ ଖବର ଦେଇଥିଲୋ ଷ୍ଟେଷନ ମାଷ୍ଟର ରବିବାର ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଆଇଆଇସି ରମାକାନ୍ତ ମୁଦୁଲି ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥି ସହିତ ପୁଲିସ ମୃତଦେହକୁ ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯିବା ବ୍ୟବସ୍ଥା କରିଛି।
ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନଥିବା ବେଳେ ଏହା ହତ୍ୟା ନା ଟ୍ରେନ୍ ଦୁର୍ଘଟଣା ତାହା ଜଣାପଡିନାହିାଁ ବର୍ତମାନ ଯୁବକର ମୃତଦେହକୁ ଶବବ୍ୟବଚ୍ଚେଦ ଗୃହରେ ଦୁଇଦିନ ପର୍ଯ୍ୟନ୍ତ ରଖାଯିବ ଯଦି କେହି ସଂର୍କୀୟ ନଆସନ୍ତି ତାହେଲେ ପୁଲିସର ବ୍ୟବସ୍ଥା ମୁତାବକ ଶବଦାହ କରିଦିଆଯିବ।
ଏଠାରେ ଅନ୍ୟ ଏକ ପ୍ରଶ୍ନ ଉଠୁଛି ଶନିବାର ରାତି ଠାରୁ ଏହି ଘଟଣା ଘଟିଥିଲା ଓ ଡ୍ୟୁଟିରେ ଥିବା କର୍ମଚାରୀମାନେ ଷ୍ଟେଷନ ମାଷ୍ଟରଙ୍କୁ ଜଣାଇଥିଲେ ମଧ୍ୟ ୧୨ ଘଣ୍ଟା ପର୍ଯ୍ୟନ୍ତ ପୁଲିସକୁ ସୂଚନା ମିଳି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/accident-f25.jpg)