ଟିକାଦାନ ପୁଣି ତିନି ଦିନ ବନ୍ଦ: ୪୦୦ ଅକ୍ସିଜେନ୍ ସିଲେଣ୍ଡର ଓ ୭୨ଟି କନସିଡ୍ରେଟେଡ୍ ଗଚ୍ଛିତ

ଜୟପୁର: ସଂକ୍ରମଣ ରୋକିବାକୁ ଚାଲିଥିବା ଟିକାଦାନ କାର୍ଯ୍ୟକ୍ରମ ପୁଣି ୩ଦିନ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏଣିକି ସପ୍ତାହର ୫ଦିନ ଦିଆଯିବ। ସପ୍ତାହନ୍ତ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ। କୋରାପୁଟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୭ଜଣଙ୍କୁ ଟିକା ଦିଆସରିଛି। ଆଜି ଜିଲ୍ଲାରେ କେବଳ ବଳକା ଥିବା ୨୮୦ଟି ଡୋଜକୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ସହରାଂଚଳ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଦିଆଯାଇଛି ବୋଲି କହିଛନ୍ତି ସିଡିଏମଓ ଡ.ମକରନ୍ଦ ବେଉରା। ପୁଣି ସୋମବାର ଠାରୁ ହିଁ ଟିକାଦାନ ଆରମ୍ଭ ହେବ ବୋଲି କହିଛନ୍ତି ସିଡିଏମଓ। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ପର୍ଯ୍ୟନ୍ତ ୨୨୨ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୬ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ୬ଜଣ ଏସଏଲଏନ୍ ମେଡିକାଲକଲେଜ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି ବୋଲି କହିଛନ୍ତି ସିଡିଏମଓ ଡ. ବେଉରା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଏବେ ୪୦୦ଟି ଓକ୍ସିଜେନ୍ ସିଲଣ୍ଡର ଗଚ୍ଛିତ ଥିବା ବେଳେ ଆଉ ୪୦୦ସିଲଣ୍ଡର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସିଡିଏମଓ। ସେଭଳି କନସିଡେରେଟଡ୍ ଅକ୍ସିଜେନ୍ ୭୨ଟି ରହିଥିବା ବେଳେ ଆଉ ୧୫୦ଟି ଦେବାକୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ୫ଜଣ ଡିପ୍ଲୋମା ଡାକ୍ତରଙ୍କୁ ପଠାଉଛନ୍ତି। ସେମାନେ ଜିଲ୍ଲାସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେବା ପରେ କୋଭିଡ୍ ହସ୍ପିଟାଲରେ ନିୟୋଜିତ କରାଯିବ ବୋଲି କହିଛନ୍ତି ସିଡିଏମଓ ଡ.ବେଉରା।

 

ସମ୍ବନ୍ଧିତ ଖବର