ଭିଜିଲାନ୍ସ ଜାଲରେ ବେଣା ଗାଁ ଏଆରଆଇ 

କୋରାପୁଟ: ଜମି ପଟ୍ଟା କରାଇ ଦେବା ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଏଆରଆଇ । କୋରାପୁଟ ଜିଲ୍ଲା ବୋରିଗୁ୍‌ମ୍ମା ତହସିଲ ଅନ୍ତର୍ଗତ ବେଣାଗାଁ ଏଆରଆଇ ସୁନୀଲ କୁମାର ପାତ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଅଭିଯୋଗକାରୀ ଅକ୍ଷୟ କୁମାର ପ୍ରଧାନଙ୍କ ନାମରେ ଆରଓଆର କରାଇବାକୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ  ଧରିଥିଲା । ଜୟପୁର ଭିଜିଲାନ୍ସ ପକ୍ଷରୁ ବୋରିଗୁମ୍ମା ସ୍ଥିତ ଭଡାଘର ଓ କୋରାପୁଟ ଗାନ୍ଧି ନଗରସ୍ଥିତ ପୈତୃକ ବାସ ଭବନରେ ଚଢାଉ କରାଯାଇଛି । କୋରାପୁଟ ଭିଜିଲାନ୍ସ କେଶ ନମ୍ବର ୯/୨୦୨୧ରେ ଏକ ମାମଲା ରୁଜୁ କରି ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର