କୋରାପୁଟ: ଦଶମନ୍ତପୁର ବ୍ଲକର ପରଜାବେଡ଼ା ପଦର ପଂଚାୟତର ଯୋଗାଣ ସହାୟକ ପାତ୍ର ଟାକ୍ରୀଙ୍କ ଦରମା କରାଇବା ପାଇଁ ତାଙ୍କ ଠାରୁ ୭ହଜାର ଟଙ୍କା ଲାଂଚ ନେବା ମାମଲାରେ ଜୟପୁର ଭିଜିଲାନସ୍ ଦଶମନ୍ତପୁର ବ୍ଲକ ଯୋଗାଣ ନିରୀକ୍ଷକ ମମତା ବେହେରାଙ୍କୁ ଧରିଥିବା କହିଛନ୍ତି ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ। କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତା ଜଣକ ଯୋଗାଣ ସହାୟକ ପାତ୍ରଙ୍କ ଠାରୁ ଏହି ଟଙ୍କା ନେଉଥିବା ବେଳେ ଧରିଥିଲେ।  ଏହା ସହ ସେ ରହୁଥିବା ପୁଜାରୀପୁଟ ଭଡାଘର, ବ୍ରହ୍ମପୁର ଆଙ୍କୁଲି ଶ୍ରୀହରି ନଗରରେ ଥିବା ବାସଭବନ, ଓଦଶମନ୍ତପୁର କାର୍ଯ୍ୟାଳୟ ରୁମରେ ଚଢ଼ାଉ ଜାରୀ ରହିଥିବା କହିଛନ୍ତି ଭିଜିଲାନସ୍ ଏସପି ।

Advertisment

ମିଳିଥିବା ସୂଚନା ମୁତାବକ, ଦଶମନ୍ତପୁର ବ୍ଲକରେ ଚୁକ୍ତିଭିତ୍ତିରେ ପାତ୍ର ଟାକ୍ରୀ ଯୋଗାଣ ସହାୟକ ଭାବେ କାମ କରୁଛନ୍ତି। ସେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଉଠାଉଥିବା ଚାଉଳ ଆଦିର ବିନିଯୋଗ ପ୍ରମାଣପତ୍ର ଯୋଗାଣ ନିରୀକ୍ଷକ ଦିଅନ୍ତି। ଏହା ଦେବା ପରେ ହିଁ ତାଙ୍କ ଦରମା ମିଳିଥାଏ। ଏହି ପ୍ରମାଣପତ୍ର ଦେବା ପାଇଁ ଯୋଗାଣ ନିରୀକ୍ଷକ ମମତା ବେହେରାଙ୍କ ସହ ଯୋ‌ଗଯୋଗ କରିଥିଲେ। 

ଏହି ପ୍ରମାଣପତ୍ର ତାଙ୍କୁ ଦେବା ପାଇଁ ୭ହଜାର ଟଙ୍କା ଲାଂଚ  ଦେବାକୁ ‌ପାତ୍ର ଟାକ୍ରୀଙ୍କୁ କହିଥିଲେ ଯୋଗାଣ ନିରୀକ୍ଷକ।  ପାତ୍ର ଟାକ୍ରୀ ଭିଜିଲାନସ୍ ଏସପିଙ୍କ ଦ୍ବାରସ୍ଥ ହୋଇ ଉପରୋକ୍ତ ସମସ୍ତ ଘଟଣା ଜଣାଇଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ୭ହଜାର ଟଙ୍କା ପାତ୍ରକୁ  ଲାଂଚ ଆକାରରେଦେବା ପାଇଁ ଭିଜିଲାନସ୍ ପକ୍ଷରୁ ଦିଆଯାଇଥିଲା।  ଆଜି ସଂଧ୍ୟା ସାଢ଼େ ୭ଟା ବେଳେ ଯୋଗାଣ ନିରୀକ୍ଷକ ଜଣକ ଏହି ଟଙ୍କା କୋରାପୁଟ ଆରଡି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପାତ୍ରଙ୍କ ଠାରୁ ନେଉଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କୁ ଧରିଥିଲେ।

ରାସ୍ତା ଉପରେ ହିଁ ହାତ ଧୋଇବାରେ ହାତ ରଙ୍ଗ ହୋଇଥିଲା। ଏହା ପରେ ଭିଜିଲାନ୍ସର  ଟିମ୍ ପୁଜାରୀପୁଟ ଭଡାଘର , ବ୍ରହ୍ମପୁର ଆଙ୍କୁଲି ଶ୍ରୀହରି ନଗରରେ ଥିବା ବାସଭବନ, ଓ ଦଶମନ୍ତପୁର କାର୍ଯ୍ୟାଳୟ ରୁମରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନସ୍ ଏସପି। ଅଭିଯୋଗକାରୀ ପାତ୍ର ୬ମାସର ଦରମା ମଧ୍ୟରୁ ୩ମାସର ପାଇଥିଲେ ବଳକା ୩ମାସର ଦରମା ପାଇଁ ଯୋଗାଣ ନିରୀକ୍ଷକ ଲାଂଚ ମାଗିଥିବା ଭିଜିଲାନସ୍ ନିକଟରେ ଅଭିଯୋଗ ଆସଥିବା କହିଛନ୍ତି ଏସପି। ୨୦୧୫ମସିହାରୁ ଚାକିରି କରୁଥିବା ଯୋଗାଣ ନିରୀକ୍ଷକ ଗତ କିଛି ମାସ ହେବ କୋରାପୁଟ ଜିଲ୍ଲାକୁ ବଦଳି ହୋଇ ଆସିଥି‌ଲେ। ଚଢ଼ାଉ ଜାରୀ ରହିଥିବାରୁ ଆସନ୍ତାକାଲି ସଂପୁର୍ଣ୍ଣ ବିବରଣୀ ଦିଆଯିବ ବୋଲି ଭିଜିଲାନସ୍ ଏସପି କହିଛନ୍ତି।