କୋରାପୁଟ: ଅବ୍ୟବସ୍ଥା ମଧ୍ୟରେ ଆଶା ଓ ଗାଁ କଲ୍ୟାଣ ସମିତି ବୈଠକ

ଅଧାରୁ ହୋଇଗଲା ଜନଶୁଣାଣୀ ଓ ଜନ ସମ୍ବାଦ କାର୍ଯ୍ୟକ୍ରମ ବୈଠକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଡାକ୍ତରଖାନା ପରିସରରେ ସୋମବାର ଆଶା ଓ ଗାଁ କଲ୍ୟାଣ ସମିତିର ଗୁରୁତ୍ୱପୁର୍ଣ ବୈଠକରେ ଘୋର ଅବ୍ୟବସ୍ଥା ଦେଖାଯାଇଛି।

ବର୍ଷା ଯୋଗୁଁ ବୈଠକ ସ୍ଥଳରେ ନରହିବା କିଛି ୱାର୍ଡମେମ୍ବରଙ୍କୁ ଡାକ୍ତରଖାନା ପରିସରରେ ଥିବା ଚା’ ଦୋକାନରେ ମଧ୍ୟ କର୍ମଚାରୀ ଦସ୍ତଖତ ନିଆଯାଉଥିବା ଦେଖିବାକୁ ମିଳିଥିବା ବେଳେ ଜଣେ ଆଖି ଦେଖିପାରୁନଥିବା ଗିରଲିପୁଟ ଗାଁର ବଳରାମ ସାଉଁନ୍ତା ନାମକ ୱାର୍ଡମେମ୍ବରଙ୍କୁ କର୍ମଚାରୀ ମାନେ ସେମାନଙ୍କ ହାତ ଦ୍ୱାରା ଯୋବରଦସ୍ତି ଦସ୍ତଖତ କରାଇଥିଲୋ ଦସ୍ତଖତ କଣ ଏତେ ଜରୁରୀ କି ପଚାରିବାରୁ ସେ ଦସ୍ତଖତ କରିବାକୁ ଚାହୁଁଛନ୍ତି ବୋଲି କର୍ମଚାରୀ ମାନେ ପ୍ରକାଶ କରିଥିଲୋ ଗୋଟିଏ ବୈଠକ ମାଧ୍ୟମରେ ଦୁଇ ଦୁଇଟି ମିଟିଙ୍ଗ କରାଯାଉଥିବା ଦୃଶ୍ୟ ଏଠି ବେଶ୍‌ ଚର୍ଚ୍ଚା ଧରିଥିବା ବେଳେ ଅଞ୍ଚଳରେ ଉଲ୍ଲେଖନୀୟ କାର୍ଯ୍ୟ ସମାପନ କରୁଥିବା ଆଶା ଦିଦି, ଅଙ୍ଗନୱାଡି କର୍ମୀ ଓ ଡାକ୍ତରଖାନା ସଫେଇ କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିବା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲାା

ପ୍ରତ୍ୟକ ବୈଠକରେ ଆଶା, ଅଙ୍ଗନୱାଡି କର୍ମୀ ଓ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏଏନଏମ୍‌ ମାନଙ୍କୁ ଗାଁ ମାନଙ୍କରେ ଥିବା ସମସ୍ୟା ବିଷୟରେ ଲିଖିତ ଭାବେ ପ୍ରଦାନ କରିବାକୁ କୁହାଯାଇଥିଲେ ମଧ୍ୟ କେହି ହେଲେ କିଛି ଲିଖିତ ପ୍ରଦାନ ନକରିବା ଯୋଗୁଁ ବିଧାୟକ କୈଳାସ ଚନ୍ଦ୍ର କୁଲସିକା ବୈଠକର ମାନେ ହିଁ କିଛି ନାହିଁ ବୋଲି କହି ବିରକ୍ତି ପ୍ରକାଶ କରିଥିଲୋ ଗ୍ରାମାଞ୍ଚଳର ଜଣେ ହେଲେ ଗର୍ଭବତୀ ମହିଳା ହୁଅନ୍ତୁ ଅବା ନବଜାତ ଶିଶୁ ପୁତ୍ର ମୃତ୍ୟୁ ମୁଖରୁ ନପଡନ୍ତୁ, ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଦାୟିତ୍ୱ ବୋଲି ଏଲ୍‌ଏଚ୍‌ବି ଇନ୍ଦିରା ପଣ୍ଡା ପ୍ରକାଶ କରିଥିବା ବେଳେ ଏନ୍‌ଆର୍‌ଏଚ୍‌ଏମ୍‌ ବିପିଓ ରଶ୍ମିତା ସଁ ଓ ପ୍ରମୋଦ କୁମାର ନାୟକ ବୈଠକ ପରିଚାଳନା କରିଥିଲୋ

ପ୍ରାୟ ଘଣ୍ଟାଏ କାଳ ରୋଗୀ କଲ୍ୟାଣ ସମିତି ଉପରେ ଆଲୋଚନା କରାଯାଉଥିବା ବେଳେ ମଞ୍ଚରେ ଥିବା ସେହି ନିମନ୍ତ୍ରିତ ଅତିଥିଙ୍କ ପଛପଟେ ଆଶା ଓ ଗାଁ କଲ୍ୟାଣ ସମିତି ବୈଠକର ବ୍ୟାନର କଢାଯାଇ ଗାଁ ସ୍ୱାସ୍ଥ୍ୟ ସମସ୍ୟା, ଜନଶୁଣାଣୀ ଓ ଜନସମ୍ବାଦ କାର୍ଯ୍ୟକ୍ରମର ଅନ୍ୟ ଏକ ବ୍ୟାନର ଟଙ୍ଗା ଯାଇ ବିଭିନ୍ନ ଏଙ୍ଗେଲ୍‌ରେ ଏନଆରଏଚଏମ୍‌ କର୍ମଚାରୀମାନେ ଫୋଟ ଉତ୍ତୋଳନ କରିନେଇଥିଲେ। ଏପରିକି ଉପସ୍ଥିତ ନିମନ୍ତ୍ରିତ ଅତିଥି ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଆଶା, ୱାର୍ଡମେମ୍ବର ଓ ଅଙ୍ଗନୱାଡି କର୍ମୀମାନଙ୍କ ଠାରୁ ଦୁଇଥର ଲେଖାଏ ଦୁଇଟି ଫର୍ମରେ ଦସ୍ତଖତ ସଂଗ୍ରହ କରାଯାଇଥିଲାା କିଛି ଅଙ୍ଗନୱାଡି କର୍ମୀ ଗୋଟିଏ ମିଟିଙ୍ଗ୍‌ରେ ୨ ଥର ଲେଖାଏ କାହିଁକି ଦସ୍ତଖତ ନିଆଯାଉଛି ବୋଲି ପଚାରିବାରୁ ସେମାନେ କିଛି କହିବା ପରିବର୍ତ୍ତେର୍ ଏହା ସେମିତିି ଆମକୁ କହିଛନ୍ତି ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର