କୋରାପୁଟରେ ମତଦାନ ଆରମ୍ଭ: ୯ ଲକ୍ଷ ୭୭ ହଜାର ୨୪୫ ମତଦାତା ଦେବେ ଭୋଟ୍

କୋରାପୁଟ: କୋରାପୁଟରେ ମତଦାନ ଆରମ୍ଭ ହୋଇଛି। ମୁଖ୍ୟାଳୟର ଏକାଧିକ ବୁଥରେ ଏକ୍ସବୋର୍ଡ। ତେବେ ପୂଜାରୀପୁଟ, ଟାଉନହଲ ସହ ଏକାଧିକ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲାରେ ୯ ଲକ୍ଷ ୭୭ ହଜାର ୨୪୫ ମୋଟ ଭୋଟର ରହିଥିବାବେଳେ ୫ ଲକ୍ଷ ୪ ହଜାର ୪୩୭ ମହିଳା ରହିଥିବାବେଳେ ୪ ଲକ୍ଷ ୭୨ ହଜାର ୧୭୫ ପୁରୁଷ ଓ ୮୩ଜଣ ଅନ୍ୟ ଭୋଟର ରହିଛନ୍ତି। ଲକ୍ଷ୍ମୀପୁରରେ ୨୨୫ଟି ବୁଥରେ ୮୨ହଜାର ୩୩୬ ପୁରୁଷ ଓ ୯୧ହଜାର ୩୬୬ ଜଣ ପୁରୁଷ ଭୋଟର ଏବଂ ୧୯ଜଣ ଅନ୍ୟ ଭୋଟରଙ୍କ ସହ ମୋଟ ୧ଲକ୍ଷ ୭୩ହଜାର ୭୨୧ ରହିଛନ୍ତି। କୋଟପାଡରେ ୨୪୩ଟି ବୁଥରେ ୧ଲକ୍ଷ ୧ହଜାର୭୫ ପୁରୁଷ ଓ ୧ଲକ୍ଷ ୭ହଜାର ୫୪୦ଜଣ ପୁରୁଷ ଭୋଟର ଏବଂ ୧୧ଜଣ ଅନ୍ୟ ଭୋଟରଙ୍କ ସହ ମୋଟ ୨ଲକ୍ଷ ୮ହଜାର ୯୨୬ରହିଛନ୍ତି। ଜୟପୁରରେ ୨୩୮ଟି ବୁଥରେ ୧ଲକ୍ଷ ୩ହଜାର୯୯୮ ପୁରୁଷ ଓ ୧ଲକ୍ଷ ୧୦ହଜାର ୫୮୪ ଜଣ ପୁରୁଷ ଭୋଟର ଏବଂ ୩୪ ଜଣ ଅନ୍ୟ ଭୋଟରଙ୍କ ସହ ମୋଟ ୨ଲକ୍ଷ ୧୪ହଜାର ୬୧୬ରହିଛନ୍ତି। କୋରାପୁଟରେ ୨୧୫ଟି ବୁଥରେ ୯୩ହଜାର ୮୬୦ ପୁରୁଷ ଓ ୯୮ହଜାର ୪୦୯ ଜଣ ପୁରୁଷ ଭୋଟର ଏବଂ ୧୨ଜଣ ଅନ୍ୟ ଭୋଟରଙ୍କ ସହ ମୋଟ ୧ଲକ୍ଷ ୯୨ହଜାର ୨୮୧ ରହିଛନ୍ତି। ପଟାଙ୍ଗୀରେ ୨୩୮ଟି ବୁଥରେ ୯୦ହଜାର ୬୦୬ ପୁରୁଷ ଓ ୯୬ହଜାର ୫୩୮ ଜଣ ପୁରୁଷ ଭୋଟର ଏବଂ ୭ ଜଣ ଅନ୍ୟ ଭୋଟରଙ୍କ ସହ ମୋଟ ୧ଲକ୍ଷ ୮୭ ହଜାର ୧୫୧ ରହିଛନ୍ତି।
ଲୋକସଭା ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ଭିତରେ ଲଢେଇ ହେବ। ଏଣେ କୋରାପୁଟ ବିଧାନସଭା ଆସନରୁ ୧୨ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ,  ପଟାଙ୍ଗୀରେ ୮ଜଣ, ଲକ୍ଷ୍ମୀପୁରରେ ୧୧ ଜଣ, ଜୟପୁରରେ ୧୧ ଜଣ ଓ କୋଟପାଡରେ ୬ ଜଣ ପ୍ରାର୍ଥୀ ରହିଛନ୍ତି। କୋରାପୁଟ ଲୋକସଭାରେ ମୋଟ  ୧୧ରୁ ୩ ଜଣ ମହିଳା, କୋରାପୁଟ ବିଧାନସଭାରେ ୧୨ ପ୍ରାର୍ଥୀଙ୍କ ଭିତରୁ ମହିଳା ଶୂନ, ପଟାଙ୍ଗି ବିଧାନସଭାରେ ୮ରୁ  ୩ମହିଳା, ଲକ୍ଷ୍ମୀପୁରରେ ୧୧ରୁ ଜଣେ ମହିଳା ପ୍ରାର୍ଥୀ, ଜୟପୁରରେ୧୧ରୁ ଜଣେ ମହିଳା ଓ କୋଟପାଡ଼ରେ ୬ରୁ କେହି ମହିଳା ପ୍ରାର୍ଥୀ ନାହାନ୍ତି।

ସମ୍ବନ୍ଧିତ ଖବର