କୋରାପୁଟ: ହାର୍ଡକୋର ମାଓବାଦୀ ରାମ ପାଙ୍ଗୀ ଗିରଫ, ରାଜ୍ୟ ସରକାର ଘୋଷଣା କରିଥିଲେ ଲକ୍ଷେ ଟଙ୍କା

ଜୟପୁର: ହାର୍ଡକୋର ମାଓବାଦୀ ରାମ ପାଙ୍ଗୀକୁ ବିଏସ୍‌ଏଫ୍‌ ଯବାନମାନେ ରବିବାର ଗିରଫ କରିଛନ୍ତି। ସୂଚନା ଅନୁସାରେ ମାଲକାନଗିରି-କୋରାପୁଟ-ବିଶାଖା ଡିଭିଜନର ସଦସ୍ୟ ରାମ (୨୨) ସଂପର୍କରେ ସୂଚନା ପାଇ ବିଏସ୍‌ଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାମଙ୍କ ସହିତ ଅନ୍ୟ ୪ ଜଣ ମିଲିସିଆ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଚେଲପଦର ନିବାସୀ ରାମ ନାଁରେ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ବିଏସ୍‌ଏଫ ଇଣ୍ଟଲିଜିଏସ୍‌ ବିଭାଗକୁ ରାମ ସଂପର୍କରେ ସୂଚନା ମିଳିଥିଲା। ଏହା ପରେ ବିଏସ୍‌ଏଫ୍‌ ଯବାନମାନେ ଅପରେସନ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ ନିକଟରେ ଜଣେ ମହିଳା ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ମହିଳା ମାଓବାଦୀ ନୟନା ଖିଲୋ ମଧ୍ୟ ରାମ ପାଙ୍ଗୀର ସଂଗଠନରେ ସାମିଲ ଥିଲା। ମାଓବାଦୀଙ୍କ ଉପରେ ନିଜର ପ୍ରସ୍ତାବ ଜାରି ରଖିବା ପାଇଁ ବିଏସ୍‌ଏଫ ପକ୍ଷରୁ କ୍ରମାଗତ ଭାବେ ଅପରେସନ କରାଯାଉଛି।

ସମ୍ବନ୍ଧିତ ଖବର