ଲକ୍ଷ୍ମୀପୁର: ଜଣେ ବିଧବାଙ୍କୁ ତିନି ବର୍ଷ ପରେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଟଙ୍କା ମିଳିଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବିଲାନସିଲ୍ ଗାଁର ବୁଦୁରା ଖରାଙ୍କ ବିଧବା ପତ୍ନୀ ପଙ୍କ ଖରା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ୨ଲକ୍ଷ ଟଙ୍କା ଅର୍ଥ ରାଶି ପାଇଛନ୍ତିିା ଖବରରୁ ପ୍ରକାଶ କି ୨୦୧୬ରେ ବୁଦୁରା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ମାତ୍ର ଥରେ ୩୩୦ ଟଙ୍କା ଆଇଓବି ବ୍ୟାଙ୍କରେ ଜମାକରିଥିଲୋ ଜମାକରିବାର କିଛି ଦିନପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲାା ଅଶିକ୍ଷିତତା କାରଣରୁ ଓ ଘରର ସଦସ୍ୟ କେହି ହେଲେ ବୁଦୁରା ଜୀବନଜ୍ୟୋତି ଟଙ୍କା ବାନ୍ଧିଥିବା ଜାଣିନଥିଲେ। ଯେତେବେଳେ କୌଣସି ସୁତ୍ରରେ ବୁଦୁରା ଟଙ୍କା ବାନ୍ଧିଥିବା ଜଣାପଡିଥିଲା ପରିବାର ଲୋକେ ଲକ୍ଷ୍ମୀପୁରର ସମାଜସେବୀ ଗୋପେଶ୍ୱର ଗରଡାଙ୍କ ସହ ଯୋଗାଯୋଗ କରିଥିଲୋ ଆଇଓବି ବ୍ୟାଙ୍କ ପରିଚାଳକ ସରୋଜ କୁମାର ଶବରଙ୍କ ସହ ଗରଡା ସାକ୍ଷାତ କରି ମୃତ ବୁଦୁରାଙ୍କ ଆଧାରକାର୍ଡ, ମୃତ୍ୟୁ ପରିଚୟ ପତ୍ର ସହ ନୋମିନିଙ୍କ ସମସ୍ତ କାଗଜପତ୍ର ପ୍ରଦାନ କରିବା ପରେ ଶନିବାର ଏହି ବୀମା ଟଙ୍କା ମିଳିଛି।
ଏହି ବୀମା ଟଙ୍କା ବୁଦୁରାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଆକାଉଣ୍ଟରେ ଟଙ୍କା ଆସିଥିବା ଜାଣି ଗରିବ ତଥା ବିଧବା ପଙ୍କ ଖୁସିବ୍ୟକ୍ତ କରିବା ସହ ସାହାଯ୍ୟକାରୀ ବ୍ୟକ୍ତି ଗରଡାଙ୍କ ଯୋଗୁଁ ଟଙ୍କା ପାଇପାରିଲି ବୋଲି ପ୍ରକାଶ କରିଛନ୍ତିା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ପ୍ରତ୍ୟକ ୫୦ ବର୍ଷରୁ କମ୍ ବୟସର ବ୍ୟକ୍ତି ବାର୍ଷିକ ୩୩୦ ଟଙ୍କା ବ୍ୟାଙ୍କରେ ଆକାଉଣ୍ଟ ଜରିଆରେ ବୀମା କରିଥିଲେ ସାଧାରଣ ମୃତ୍ୟୁ ସକାଶେ ୨ଲକ୍ଷ ଟଙ୍କା ଓ ବାର୍ଷିକ ମାତ୍ର ୧୨ ଟଙ୍କା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା କରିଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ସକାଶେ ୨ଲକ୍ଷ ଟଙ୍କା ବୀମା ରାଶି ମିଳିପାରିବ ବୋଲି ବ୍ୟାଙ୍କ ଶାଖା ପରିଚାଳକ ପ୍ରକାଶ କରିଛନ୍ତିା ୨୦୧୬ରୁ ଏହି ନିୟମ ଲାଗୁ ହୋଇଥିଲେ ସୁଧା ଅନେକ ଅବଗତ ନଥିବା ସେ ପ୍ରକାଶ କରିଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Laxmipur1.jpg)