ସାପ କାମୁଡ଼ାରେ ମହିଳା ମୃତ

ଜୟପୁର: ବିଷଧର ସାପ କାମୁଡ଼ାରେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଉମୁରୀ ଅଞ୍ଚଳର ହେମଲତା ମାଝି(୩୫)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ହେମଲତା ନିଜ ଘରେ ଶୋଇଥିଲେ। ଏହି ସମୟରେ ଝରକା ପଟୁ ଏକ ସାପ ତାଙ୍କ ଦେହରେ ଚଢ଼ୁଥିବା ସ୍ବାମୀ ନରେନ୍ଦ୍ର ଦେଖିଥିଲେ। ପାଟି କରିବାରୁ ସାପଟି ହେମଲତାଙ୍କୁ କାମୁଡ଼ି ଦେଇଥିଲା। ପରିବାରବର୍ଗ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଥାନାରେ କେଶ୍ ନଂ- ୨୧/୧୯ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର